LIFESTYLE

ନିୟମିତ ଛତୁଆ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ ଜାଣନ୍ତୁ ?

ଛତୁଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ କ୍ୟାଲସିୟମ୍‌, ଫାଇବର ଓ ମ୍ୟାଗ୍ନେସିୟମ୍‌ ରହିଛି। ଯାହା ଶରୀରକୁ ଥଣ୍ଡା ରଖେ।  ଛତୁଆ ଖାଇବା ଦ୍ୱାରା ଗଳା ସମ୍ୱନ୍ଧୀୟ ରୋଗ, ବାନ୍ତି, ଶୋଷ, ଗରମ ଦିନରେ ଦେଖାଯାଉଥିବା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ । ତେବେ  ଆସନ୍ତୁ ଜାଣିବା ଛତୁଆ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ?

 ଛତୁଆ ଖାଇବା ଦ୍ୱାରା କି କି ଲାଭ ମିଳେ ଜାଣନ୍ତୁ :-

  •  ପ୍ରାକୃତିକ ଭାବେ ରକ୍ତ ସଫା କରିବାରେ ଛତୁଆ ସହାୟକ ହୋଇଥାଏ । ଏଥିପାଇଁ ନିୟମିତ ଛତୁଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ।
  •  ଛତୁଆକୁ ପାଣିରେ ଗୋଳାଇ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୁଏ । ଫଳରେ ଅଧିକ ଶୋଷ ଲାଗେନାହିଁ ।
  • ଏଥିରେ ଫାଇବରର ମାତ୍ରା ପ୍ରଚୁର ମାତ୍ରାରେ ରହିଛି। ଭୋକ, କଫ, ପିତ୍ତ,ଥକ୍କାପଣ ଓ ଆଖି ସମ୍ୱନ୍ଧୀୟ ରୋଗ ପାଇଁ  ଛତୁଆ ଖାଇବା  ଲାଭକାରୀ ।
  • ଏହା ଶରୀରର ଥକ୍କାପଣ ଦୂର କରି ଭୋକ ବଢାଇବାରେ ସାହାଯ୍ୟ କରିଥାଏ । ଡାଇବେଟିସ୍‌ ରୋଗୀଙ୍କ ପାଇଁ ଛତୁଆ ଖାଇବା ଲାଭକାରୀ ।
  • ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ୱନ୍ଧୀୟ ରୋଗରୁ ଦୂର କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ।
  • ଛତୁଆ ଶରୀରକୁ ଥଣ୍ଡା ରଖେ। ଖରାଦିନେ ଛତୁଆ ଖାଇବା ଦ୍ୱାରା ଅଂଶୁଘାତରୁ ରକ୍ଷା ମିଳେ ।
  •  ପ୍ରାକୃତିକ ଭାବେ ରକ୍ତ ସଫା କରିବାରେ ଛତୁଆ ସହାୟକ ହୋଇଥାଏ। ଏଥିପାଇଁ ନିୟମିତ ଛତୁଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ।
  • ଏଥିରେ ପୋଟାସିୟମ୍‌ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ।

ପଢନ୍ତୁ ;

ମୁହଁରେ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ଲିମ୍ବ ପତ୍ର! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

ENO Beuro

ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ଆମ୍ବ ଟାକୁଆ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More