LIFESTYLE

ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ଖରାଦିନରେ ସାଧାରଣତଃ ସମସ୍ତେ ଆଖୁ ରସ ପିଇବାକୁ ଭଲ ପାଇଥାଆନ୍ତି । ଆଖୁ ରସ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆଖୁ ରସକୁ ଦୈନିକ ପିିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ ?

ଆଖୁ ରସର ଉପକାରିତା

  • ଗ୍ରୀଷ୍ମ ଋତୁରେ ଶରୀରରେ ସୃଷ୍ଟି ହେଉଥିବା ଥକାପଣକୁ ଅଳ୍ପ ସମୟରେ ଠିକ୍‌ କରିଥାଏ ଆଖୁରସ ।
  • ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ । ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ । ଏହା ଛଡ଼ା ଆଖୁ ରସ ଦ୍ୱାରା ଏସିଡ଼ିଟି କମ ହୋଇଥାଏ ।
  • ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁ ରସ ।
  • ଆଖୁ ରସରେ ପ୍ରଚୁର ପରିମାଣର ପ୍ରୋଟିନ, ଆଇରନ, ପୋଟାସିୟମ ଆଦି ପୋଷକ ତତ୍ତ୍ୱ ରହିଥାଏ । ଶରୀରରେ ଉର୍ଜା ବା ଶକ୍ତି ସୃଷ୍ଟିକାରୀ ସମସ୍ତ ଆବଶ୍ୟକ ତତ୍ତ୍ୱ ଏଥିରେ ଉପଯୁକ୍ତ ମାତ୍ରାରେ ରହିଥାଏ ।
  • ଆଖୁ ରସ ଶରୀରରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର । ଏହା ଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀର ତନ୍ଦରୁସ୍ତ ରହିଥାଏ ।

ପଢନ୍ତୁ ;

ସବୁବେଳେ ଚିନ୍ତାଗ୍ରସ୍ତ/ ବିଷାଦଗ୍ରସ୍ତ ରହୁଛନ୍ତି କି?ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ

Related posts

ଜାଣନ୍ତୁ ନୀତିଦିନ ସକାଳୁ ଉଠିଲେ କଣ ଲାଭ ମିଳିଥାଏ?

ENO Beuro

ଯୁବାବସ୍ଥାରୁ ନିୟମିତ ଭାବେ “ସେଓ” ଖାଇଲେ ଦୂର ହୋଇଥାଏ ବିଭିନ୍ନ ପ୍ରକାରର ରୋଗ ! ଜାଣନ୍ତୁ ଏହାର ଫିଇଦା ସମ୍ପର୍କରେ

ENO Beuro

ଶୀତଦିନରେ ଶୁଷ୍କ ତ୍ଵଚା ପାଇଁ ଚିନ୍ତିତ ହେଉଛନ୍ତି କି ? ଅପାଣନ୍ତୁ ଏହି ଉପାୟ

ENO Beuro

3 comments

Leave a Comment