LIFESTYLE

ଟମାଟୋ ଜୁସ ପିଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

ଟମାଟୋ ଏକ ଏମିତି ଜିନିଷ ଯାହାକୁ ଲୋକମାନେ ଦୈନଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ଼୍‍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ତିଆରିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଏହାକୁ ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରର କେଉଁ କେଉଁ ସମସ୍ୟା ଦୂର ହୋଇଥାଏ ଜାଣନ୍ତୁ

  • ଯକୃତର ବିଶୁଦ୍ଧୀକରଣ ପାଇଁ ଟମାଟୋ ଜୁସ୍‌ ପିଇବା ହେଉଛି ସବୁଠାରୁ ଭଲ ଉପାୟ । ଏହାକୁ ପିଇବା ଦ୍ୱାରା ଶରୀର ଏବଂ ଯକୃତରୁ ସବୁ ପ୍ରକାରର ଅଶୁଦ୍ଧ ଜିନିଷ ଦୂର ହେବା ସହ ଶରୀର ସୁସ୍ଥ ରହିଥାଏ ।
  • ଟମାଟୋ ଜୁସ୍‌ ଶରୀରରେ ଥିବା ବିଷାକ୍ତ ପାଦାର୍ଥ ଦୂର କରୁଥିବାରୁ ତ୍ୱଚା ଚମକିବାକୁ ଲାଗିଥାଏ । ଏହା ସହ ଏଥିରେ ଥିବା ଲାଇକୋପିନ୍‌ ଅଂଶ ଶରୀରର ହାଡ଼କୁ ଶକ୍ତ କରିଥାଏ।
  • ଏଥିରେ ଥିବା ଫାଇବର, ପୋଟାସିୟମ ଏବଂ ଭିଟାମିନ୍‌ ସି ହୃଦ୍‌ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।
  • ଟମାଟୋ ଜୁସ୍‌ରେ ଆଣ୍ଟିଅକ୍ସିଡ଼ାଣ୍ଟ, ଫଲିକ୍‌ ଏସିଡ଼୍‍, ବେଟା କେରୋଟିନ୍‌ ଭଳି ତତ୍ତ୍ୱ ରହିଥାଏ, ଯାହା ଶରୀରରେ କର୍କଟ ରୋଗର କୋଷିକାଗୁଡ଼ିକୁ ବଢ଼ିବାରୁ ରୋକିଥାଏ । ପ୍ରତିଦିନ ଟମାଟୋ ଜୁସ୍‌ ପିଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ୧୮ ପ୍ରତିଶତ କମି ଯାଇଥାଏ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ, ନଚେତ୍ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Related posts

ଗାଢ କଳା କେଶ ଚାହୁଁଛନ୍ତି କି ? ତେବେ ଜାଣିରଖନ୍ତୁ କେଶକୁ ଗାଢ କଳା କରିବା ପାଇଁ କ’ଣ କ’ଣ ଆବଶ୍ୟକ ହୋଇଥାଏ ?

ENO Beuro

ଆଖି ତଳ କଳା ପଡୁଛି କି? ସରଳ ଓ ଘରୋଇ ଉପଚାର ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କାରଣ କ’ଣ ?

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More