ସ୍ଵାଦରେ ଟିକେ ଖଟା ଲାଗୁଥିବା ଟମାଟୋ କିନ୍ତୁ ଶରୀର ପାଇଁ ବେଶ୍ ଉପକାରୀ । ଟମାଟୋକୁ ଆମେ ଖାଦ୍ୟାରେ ବ୍ୟବହାର କରିଥାଉ । ଏଥିରେ ରହିଛି ଭିଟାମିନ୍-ସି, କ୍ୟାଲସିୟମ ଓ ଫସ୍ଫରସ୍ । ଏସିଡିଟି ସମସ୍ୟା ଥିବା ବ୍ୟକ୍ତି ଟିକେ ଅଧିକ ପରିମାଣରେ ଟମାଟୋ ଖାଇଲେ ଏହା ଦୂର ହୋଇଥାଏ ।
ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ଜାଣନ୍ତୁ :-
- ଡିପ୍ରେସନ ଓ ଏସିଡିଟିରୁ ଦୂରେଇ ରଖେ ଟମାଟୋ ।
- ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଟମାଟୋ ଖାଇଲେ ଲାଭ ମିଳିଥାଏ ।
- ନିୟମିତ ଟମାଟୋ ଖାଇଲେ ଚର୍ମରୋଗ ହୋଇ ନ ଥାଏ ।
- ଯେଉଁମାନେ ଦିନକୁ ଅତିକମ୍ରେ ୨ଥର ଟମାଟୋ ଖାଇଥାଆନ୍ତି ସେମାନଙ୍କ ନିକଟରେ ଅନ୍ୟମାନଙ୍କ ଅପେକ୍ଷା ୪୬ ପ୍ରତିଶତ କମ୍ ଅବସାଦ ଦେଖିବାକୁ ମିଳିଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।
- ତେବେ ଟମାଟୋରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଭରପୂର ଥିବାରୁ ଏହା ଅନେକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ।
ପଢନ୍ତୁ ;
ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?