LIFESTYLE

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

ଭାଙ୍ଗ ନାମ ଶୁଣିଲା ମାତ୍ରେ କିଛି ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି ହୁଏ ତ ଆଉ କିଛି ନିଶାସକ୍ତ ଲୋକଙ୍କ ପାଇଁ ଏହା ଅମୃତ ସଦୃଶ । ପଣା ସଂକ୍ରାନ୍ତି ହେଉ କିମ୍ବା ଜାଗର ଦେବ ଦେବା ମହାଦେବଙ୍କ ନାଁ ନେଇ ଗ୍ଲାସ୍ ଗ୍ଲାସ୍ ଭାଙ୍ଗ ପଣା ପିଇ ଯାଆନ୍ତି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଭାଙ୍ଗ ସେମାନଙ୍କର କେତେ ପରିମାଣରେ କ୍ଷତି କରେ। ଭାଙ୍ଗ ଖାଇଲେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼େ। କିନ୍ତୁ ଭାଙ୍ଗର ଅନେକ ଫାଇଦା ବି ଅଛି। ଆୟୁର୍ବେଦରେ ଏ ବିଷୟରେ ଉଲ୍ଲେଖ ରହିଛି। ଏହା ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରେ, ତେଣୁ ଆଜି ଆପଣ ଭାଙ୍ଗର ସଠିକ୍ ବ୍ୟବହାର ଓ ଏହାର ଫାଇଦା ସଂପର୍କରେ ଜାଣନ୍ତୁ :-

୧- ଯଦି ଆପଣଙ୍କର ସବୁବେଳେ ମୁଣ୍ଡ ବିନ୍ଧୁଥାଏ, ତା’ହେଲେ ଭାଙ୍ଗ ଗଛର ପତ୍ରକୁ ବାଟି ରସ ବାହାର କରନ୍ତୁ। ଏଥିରୁ ଦୁଇ-ତିନି ବୁନ୍ଦା କାନରେ ପକାନ୍ତୁ। ଧୀରେ ଧୀରେ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଯିବ।

୨- ଅଧିକ ମାତ୍ରାରେ ଭାଙ୍ଗକୁ ସେବନ କଲେ ଯେକୌଣସି ବ୍ୟକ୍ତି ନିଜର ମାନସିକ ଭାରସାମ୍ୟ ହରାଇପାରନ୍ତି। ତେବେ ଠିକ୍ ମାତ୍ରାରେ ଭାଙ୍ଗର ପ୍ରୟୋଗ ଦ୍ୱାରା ମାନସିକ ରୋଗୀଙ୍କୁ ଫାଇଦା ମିଳିଥାଏ। ହିଙ୍ଗୁ ସହିତ ଏହାକୁ ମିଶାଇ ମାନସିକ ରୋଗୀଙ୍କୁ ଖାଇବାକୁ ଦେବା ଉଚିତ।

୩- ଭାଙ୍ଗକୁ ଖାଇଲେ ଭୋକ ମରିଯାଏ। କିନ୍ତୁ ସଠିକ୍ ମାତ୍ରାରେ ଏହା ଖାଇଲେ ଭୋକ ବଢ଼ାଇଥାଏ। ଯେଉଁମାନେ ଭୋକ ନହେବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ କଳା ଲଙ୍କା ସହିତ ସଠିକ୍ ମାତ୍ରାର ଭାଙ୍ଗକୁ ମିଶାଇ ଖାଆନ୍ତୁ। ଏମିତି କିଛି ଦିନ ଖାଇଲେ ଭୋକ ସମସ୍ୟା ଦୂର ହୋଇଯାଏ। ତେବେ ଏଥିପାଇଁ କୌଣସି ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୪- ଅନେକ ଲୋକ ଶାରୀରିକ ସଂପର୍କ ରଖିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏଭଳି ଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ସଠିକ୍ ମାତ୍ରାରେ ଭାଙ୍ଗକୁ ସେବନ କଲେ ବହୁତ ଶୀଘ୍ର ଏହି ସମସ୍ୟାରୁ ରକ୍ଷା ପାଇପାରିବେ।

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

ପଢନ୍ତୁ, ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

Related posts

କେବଳ ପିଆଜ ନୁହେଁ ପିଆଜ ଚୋପାରେ ମଧ୍ୟ ରହିଛି ଅନେକ ଉପକାରିତା ଗୁଣ! ଜାଣନ୍ତୁ

ENO Beuro

ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

ENO Beuro

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

Leave a Comment