• Home
  • LIFESTYLE
  • ତୁଳସୀରେ ଅଛି ଭରପୁର ଔଷଧିୟ ଗୁଣ ,ଜାଣନ୍ତୁ ଏହା କେଉଁ ରୋଗରୁ ଉପସମ ଦିଏ
LIFESTYLE

ତୁଳସୀରେ ଅଛି ଭରପୁର ଔଷଧିୟ ଗୁଣ ,ଜାଣନ୍ତୁ ଏହା କେଉଁ ରୋଗରୁ ଉପସମ ଦିଏ

ତୁଳସୀ ପତ୍ର ଖାଇବା ଦ୍ଵାରା କି ଲାଭ ମିଳେ ଜାଣନ୍ତୁ

ହିନ୍ଦୁ ଧର୍ମରେ ତୁଳସୀକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ । ଖାଲି ଯେ ଏହି ତୁଳସୀ ପୂଜା ପାଇଁ ଉପଯୁକ୍ତ ତାହା ନୁହେଁ ତୁଳସୀରେ ଭରପୁର ପରିମାଣରେ ଔଷଧିୟ ଗୁଣ ଅଛି । ତେଣୁ ଆୟୁର୍ବେଦରେ ତୁଳସୀର ଭୂମିକା ଗୁରୁତ୍ୱପୂର୍ଣ୍ଣ  । ତେବେ ଆସନ୍ତୁ ଜାଣିବା ତୁଳସୀର ଉପକାରିତା ଓ ଏହାକୁ ଖାଇବା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ।

ଥଣ୍ଡା ଜନିତ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ କାଶ ଓ କଫ ହେଉଥିବା ବ୍ୟକ୍ତି ତୁଳସୀ ସହ ଅଦା ମିଶେଇ ଚୋବାଇ ଖାଆନ୍ତୁ କାଶ ଓ କଫ ସମସ୍ୟାରୁ ଉପଶମ ମିଳିବ । କାରଣ କାଶ ଓ କଫ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସିରଫ୍ ଏଥିରୁ ପ୍ରସ୍ତୁତି ହୁଏ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

ଆପଣଙ୍କୁ ଥଣ୍ଡା ଛାଡ଼ୁନି କି ? ତେବେ ନିୟମିତ ପାଖାପାଖି ୧୦-୧୫ଟି ତୁଳସୀ ପତ୍ର କ୍ଷୀରରେ ଫୁଟାଇ ପିଅନ୍ତୁ। ଦେଖିବେ କିଛି ଦିନ ଭିତରେ ପରିବର୍ତନ ଦେଖାଯିବ । ଦେଖାଯାଏ ଅଧିକାଂଶ ଲୋକଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଥାଏ । ଏଥିପାଇଁ ଆପଣଙ୍କୁ ନିୟମିତ ତୁଳସୀରେ ପ୍ରସ୍ତୁତ କାଢା ପିଅନ୍ତୁ । ଏଥିରୁ ଉପସମ ମିଳିବ ।

ଯଦି ପାଟି ଦୁର୍ଗନ୍ଧ ସମସ୍ୟା ଥାଏ ତେବେ ଶୁଖିଲା ତୁଳସୀର ପତ୍ର ସହ ଶୋରିଷ ତେଲ ମିଶାଇ ଦାନ୍ତ ଘସନ୍ତୁ ଦେଖିବେ ଏହି ସମସ୍ୟା ଦୂର ହେଇ ଯିବ । ମୁହଁରେ ବ୍ରଣ, ଦାଗ ଆଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରର ରସକୁ ମୁହଁରେ ବ୍ରଣ, ଦାଗ ସ୍ଥାନରେ ଲଗାନ୍ତୁ ଏଥିରୁ ମୁକ୍ତି ପାଇବେ ।

ତୁଳସୀରେ ଅଛି ଭରପୁର ଔଷଧିୟ ଗୁଣ ,ଜାଣନ୍ତୁ ଏହା କେଉଁ ରୋଗରୁ ଉପସମ ଦିଏ Tulasi 1

ପଢନ୍ତୁ ;

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

Related posts

ନିର୍ବନ୍ଧ ମୁଦିକୁ ଏହି ଆଙ୍ଗୁଠିରେ କାହିଁକି ପିନ୍ଧାଯାଇଥାଏ ?ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା ଘରୋଇ ଉପଚାରରେ ଅଣ୍ଡରଆର୍ମରୁ କିପରି ଦୂରକରିବେ କଳା ଦାଗ !

Krishna Kumar Manoj

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ? 

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More