• Home
  • LIFESTYLE
  • ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ
LIFESTYLE

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀକୁ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ପବିତ୍ର ବୃକ୍ଷ କେତେ ଦରକାରୀ ଓ ତୁଳସୀ ର ଔଷଧିୟ ଗୁଣ ବିଷୟରେ ? ତୁଳସୀ ଏଭଳି ଏକ ବନସ୍ପତି ଅଟେ ଯାହା ହିନ୍ଦୁ ସଂପ୍ରଦାୟରେ ବହୁତ ମହତ୍ୱପୂର୍ଣ୍ଣ ଔଷଧ ରୂପରେ ପ୍ରୟୋଗ କରାଯାଇଥାଏ ।

ଆସନ୍ତୁ ଜାଣିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ:

• ୫-୬ ତୁଳସୀ ପତ୍ର ସହ ୨-୩ ଟି ଗୋଲମରୀଚ ମିଶାଇ ଖାଲି ପେଟରେ ଖାଇଲେ ଥଣ୍ଡା, କଫ ଆଦିରୁ ମୁକ୍ତି ମିଳିଥାଏ ।

• ଖାଲିପେଟରେ କିଛି ତୁଳସୀପତ୍ର କୁ ଗୋଟେ ଗ୍ଲାସ ପଣି ସହ କିମ୍ବା ଖାଲି ଚୋବାଇ ଖାଇଲେ ଅର୍ଶ ଭଳି କଠିନ ସମସ୍ୟାରୁ ମୁକ୍ତି ମିଳିଥାଏ ।

• ତୁଳସୀ ପତ୍ରର ରସକୁ କୁଣ୍ଡେଇ ହେଉଥିବା ସ୍ଥାନରେ ଲଗାଇଲେ ଆରମ ମିଳିଥାଏ ।

• ତୁଳସୀପତ୍ର ର କଅଁଳିଆ ଫୁଲକୁ ଚୋବାଇ କିଛିଦିନ ଖାଇଲେ ଟନଶୀଲ ଭଳି ସମସ୍ୟାରୁ ଉପସମ ମିଳିଥାଏ ।

•  ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀକୁ ବ୍ୟବହାର କରି ପାରିବେ । ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ  । ଦେଖିବେ ଏହା ଦ୍ୱାରା ଆପଣ ନିଶ୍ଚୟ ଉପକାର ଲାଭ କରିବେ ।

•  ତୁଳସୀକୁ ଆପଣ ପେଟ ଯନ୍ତ୍ରଣାରୁ ମଧ୍ୟ  ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ । ଗୋଟେ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାକୁ ଫୁଟାଇ ତା’ର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆଉ ପେଟରେ ଯନ୍ତ୍ରଣା ହେବାକ୍ଷଣି ଏହି ପେଷ୍ଟକୁ ନାଭି ଓ ପେଟରେ ଲେପନ କରନ୍ତୁ । ଏହା କରିବାଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।

•  ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାକୁ ତୁଳସୀକୁ ବ୍ୟବହାର କରିପାରିବେ । ଏଥିପାଇଁ ଗୋଟେ ଗ୍ଲାସ ପାଣିରେ ୧୦-୧୫ଟି ତୁଳସୀ ପତ୍ର ସହ ଗୋଟେ ଚୁଟକି ଶୁଦ୍ଧ ଲୁଣ ପକାଇ ଏହାର କାଢା ପ୍ରସ୍ତୁତ କରନ୍ତୁ । ଆଉ ଏହାକୁ ସେବନ କରନ୍ତୁ ।

•  ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କୁ ବିଭିନ୍ନ ସଂକ୍ରମିତ ରୋଗ ବା ଜ୍ୱରର ଶିକାର ହେବାକୁ ପଡିଥାଏ । ଯେତେ ଯାହା ଔଷଧ ଦେଲେ ମଧ୍ୟ ଭଲ ହୋଇ ନଥାଏ । ତେଣୁ ଏଥିପାଇଁ ତୁଳସୀ ଏକ ସରଳ ଓ ଉପକାରୀ ଔଷଧ ଭାବରେ କାମ କରିଥାଏ । ୨ କପ ପାଣିରେ ଏକ ଚାମଚ ତୁଳସୀ ପତ୍ର ଗୁଣ୍ଡ ଓ ଏକ ଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ତାହାକୁ ଭଲଭାବରେ ଫୁଟାଇ ତାର କାଢା ପ୍ରସ୍ତୁତ କରନ୍ତୁ । ଆଉ ଦିନକୁ ୨-୩ ଥର ଏହି କାଢାକୁ ପିଇବାକୁ ଦିଅନ୍ତୁ । ଯଦିଓ ଏହା ପାଟିକୁ ସ୍ୱାଦିଷ୍ଟ ଲାଗି ନପାରେ ମାତ୍ର ଏହା ଦେହ ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।

•  ତୁଳସୀକୁ ସାଧାରଣତଃ କାଶ ଓ କଫ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସିରଫ୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ତୁଳସୀ ପତ୍ର କଫ ସଫା କରିବାରେ ସହାୟକ ହୋଇଥାଏ । ତେବେ ଏହାକୁ  ଅଦା ସହ ମିଶାଇ କିଛି ସମୟ ବ୍ୟବଧାନ ରଖି ଚୋବାଇ ଚୋବାଇ ଖାଆନ୍ତୁ । ଯାହା ଥଣ୍ଡା ସମୟରେ ଭଲ ଔଷଧ ଭାବରେ କାମ କରିଥାଏ ।

•  ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆପଣ ତୁଳସୀର ବ୍ୟବହାର କରିପାରିବେ । ଏଥିପାଇଁ ପାଖାପାଖି ୧୦-୧୫ଟି ତୁଳସୀ ପତ୍ର କ୍ଷୀରରେ ଫୁଟାଇ ସେବନ କରନ୍ତୁ ।

•  ମୁହଁରେ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ତଥା ବ୍ରଣ, ଦାଗ ଆଦିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରର ରସକୁ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଏହି ସମସ।।ରୁ ମୁକ୍ତି ପାଇପାରିବେ ।

•  ମୁଖ ଦୁର୍ଗନ୍ଧରୁ ନିସ୍ତାର ପାଇବା ପାଇଁ ତୁଳସୀର ଶୁଖିଲା ପତ୍ର ସହ କିଛି ମାତ୍ରାରେ ଶୋରିଷ ତେଲ ମିଶାଇ ଦାନ୍ତ ଘସିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

•  ସାଧାରଣତଃ ମୁଣ୍ଡ ବିନ୍ଧା ପ୍ରାୟ ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳଥାଏ ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀରେ ପ୍ରସ୍ତୁତ କାଢା ସେବନ କରିବା ଦ୍ୱାରା ଏହା ଦୂର ହୋଇଥାଏ ।

ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ ତୁଳସୀ ପ୍ରତେକ ହିନ୍ଦୁ ଘରର ଅଗଣାରେ ପୂଜା ପାଉଥିବା ତୁଳସୀର ଔଷଧିୟ ଗୁଣ ସଂପର୍କରେ ଜାଣନ୍ତୁ                                                                                                                                                                                                   300x169

ପଢନ୍ତୁ; ଆପଣ ଜାଣିଛନ୍ତି କି? ଲାଲ ଲଙ୍କା ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

 

Related posts

ଏସିରେ ଅଧିକ ସମୟ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ?

Krishna Kumar Manoj

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

Krishna Kumar Manoj

ଧନିଆ ପତ୍ର ଜୁସ୍‌ ପିଇଲେ ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More