Featured

ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ

ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ କିଛି ଶାରୀରିକ ବ୍ୟାୟାମ କି ଯୋଗ କରିବା ଉଚିତ। ଏହା ଉଭୟ ମନ ଓ ଶରୀର କୁ ସୁସ୍ଥ ରଖିବାରେ ସହାୟ ହୁଏ ।

କେତେକ ମନେ କରନ୍ତି ଯେ ଏକଘଣ୍ଟାରୁ କମ୍ ସମୟ ବ୍ୟାୟାମ କଲେ ଶରୀର ପାଇଁ ଲାଭଦାୟକ ନୁହେଁ।  କିନ୍ତୁ ଏହା ଠିକ୍ ନୁହେଁ, ଏଥିପାଇଁ ଅଧିକ ସମୟ ଦେବା ଦରକାର ନହିଁ  । ଅଳ୍ପ କିଛି ସମୟ ଯୋଗବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ।

ଯୋଗର କିଛି ପଦ୍ଧତି ରହିଛି । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ଆପଣ ସୁସ୍ଥ ଅନୁଭବ କରିପାରିବେ। ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ  ଅଟେ। ଏହାଦ୍ୱାରା ଶରୀରର ବେକାର ଅଂଶ ନଷ୍ଟ ହୋଇଯାଇଥାଏ । ଯଦି ଆପଣ ଅଧିକ ହାଲିଆ ହୋଯାଇଥିବେ କିମ୍ବା ଡିପ୍ରେସନରେ ରହିଥିବେ ତା’ହେଲେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ। ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ  ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହାସହିତ ଆପଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟକ୍ଷମତ ବୃଦ୍ଧି ପାଇଥାଏ । ଯଦି ନିୟମିତ ଯୋଗକୁ  କରିବାକୁ ଚାହୁଁଛନ୍ତି ତା’ହେଲେ ନିମ୍ନଲିଖିତ ଟିପ୍ସଗୁଡ଼ିକ ଉପରେ ଧ୍ୟାନ ରଖିବା ଜରୁରୀ।

  • ଯୋଗକୁ କରିବା ପୂର୍ବରୁ ନିଜେ କେତେ ସୁସ୍ଥ ଅଛନ୍ତି ପରୀକ୍ଷା କରାଇ ନେବା ଉଚିତ। କାରଣ ଅସୁସ୍ଥ ଥିଲେ ଏହା କରିବା ଅନୁଚିତ।
  • ଯୋଗକୁ କରିବାର ପ୍ରକୃଷ୍ଠ ସମୟ ହେଲା ସକାଳ ଓ ସନ୍ଧ୍ୟା।

– ଏହା କରିବା ପୂର୍ବରୁ ନିତ୍ୟକର୍ମ ଶେଷ କରନ୍ତୁ ଓ ପେଟ ଖାଲି ରଖନ୍ତୁ ।

– ଯୋଗକୁ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ପ୍ରକୃଷ୍ଠ ସ୍ଥାନ। ପ୍ରଚୁର ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରନ୍ତୁ। ଘରେ ଯୋଗ କରୁଥିଲେ କବାଟ, ଝରକା ଖୋଲା କରି ଦିଅନ୍ତୁ।  ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ନିହାତି ଜରୁରୀ।

– ୧୫ ମିନିଟରୁ ୧ ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ।

– ଯୋଗ କରିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ।

ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ   ଆସନ୍ତୁ ଜାଣିବା ଯୋଗ ର ଆବଶ୍ୟକତା ଓ ଏହାର କିଛି ଶାରୀରିକ ଉପକାର ସମ୍ବନ୍ଧରେ

ଯାଣନ୍ତୁ ଓଡିଆ ସିନେମା ଭୈରବ ବିଷୟରେ

Related posts

ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ

ENO Beuro

ମହିଳାମାନଙ୍କର ସ୍ଥାନ ପୁରୁଷମାନଙ୍କ ଠାରୁ ବହୁତ ଉଚ୍ଚରେ କହିଲେ ବିରାଟ କୋହଲି

ENO Beuro

ସୁନ୍ଦର ନଖ ପାଇଁ କେତୋଟି ସରଳ, ପ୍ରକୃତିକ ଓ ଘରୋଇ ଉପାୟ ଉପରେ ଧ୍ୟାନ ଦିଅନ୍ତୁ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More