LIFESTYLE

କର୍କଟ ଏବଂ ହୃଦୟ ସମ୍ବନ୍ଧିତ ସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିଥାଏ ଏହି ଛୋଟ ଫଳ ! ଜାଣନ୍ତୁ ଏହି ଫଳରେ ଥିବା ଉପକାରୀଗୁଣ ସମ୍ପର୍କରେ

ଆଜିକାଲି ଅଙ୍ଗୁର ସବୁ ସୀଜନରେ ମିଳୁଛି । ଅଙ୍ଗୁର ବହୁତ ସୁନ୍ଦର ଏବଂ ଲାଭଦାୟକ ଫଳ ଅଟେ। ଅଙ୍ଗୁରକୁ ଫଳର ରାଣୀ କୁହାଯାଏ। ଏଥିରେ ପାଣିର ମାତ୍ରା ଅଧିକ ଥାଏ ,ଯାହାଦ୍ୱାରା ଏହାକୁ ଖାଇଲେ ଶରୀରରେ ଜଳର ମାତ୍ରା କମିନଥାଏ। ଅଙ୍ଗୁରକୁ ଯେକୌଣସି ବେକ୍ତି ଯେଉଁ ସମୟରେ ମଧ୍ୟ ଖାଇପାରିବେ,ଏଥିରେ ସର୍ଦ୍ଧୀ ଏବଂ କାଶ ଭଳି ବେମାରର କୌଣସି ଡର ନଥାଏ। ଗବେଷଣା ଅନୁସାରେ, ଯଦି ଜଣେ ବ୍ୟକ୍ତି ତାହାର ନିୟମିତ ଖାଦ୍ୟରେ ଅଙ୍ଗୁର୍‌କୁ ସାମିଲ୍‌ କରେ, ତେବେ ଏହା ଉକ୍ତ ବ୍ୟକ୍ତିର ମାନସିକ ଅବସ୍ଥାକୁ ଏହା ସୁସ୍ଥ ରଖିଥାଏ। ଏହାବ୍ୟତୀତ ଅଙ୍ଗୁର ସେବନ ଯୋଗୁଁ ବି ବ୍ୟକ୍ତି ଅବସାଦ ଦାଉରୁ ରକ୍ଷା ପାଇଥାଏ। କାରଣ ଅଙ୍ଗୁର ମଣିଷ ଶରୀରରେ ଅନେକ ସକାରାତ୍ମକ କ୍ରିୟା କରିଥାଏ।

ଜାଣନ୍ତୁ ଅଙ୍ଗୁରରେ ଥିବା ଉପକାରୀ ଗୁଣ-

  • ଅଙ୍ଗୁରରେ ସାଧାରଣତଃ ଫାଇବର୍‌,ପୋଟାସିଅମ୍‌ ଏବଂ ମିନେରାଲ୍‌ସ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ହେଲେ ଡ଼ାଇବେଟିସ୍‌ ରୋଗୀ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଖାଦ୍ୟରେ ସାମିଲ୍‌ କରନ୍ତୁ।
  • ଏଥିସହିତ ଆଖିସମସ୍ୟା ପାଇଁ ବି ଅଙ୍ଗୁର ବେଶ୍‌ ଲାଭଦାୟକ ଅଟେ। ଏତଦ୍‌ବ୍ୟତୀତ ଅଙ୍ଗୁର ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ବି ବଞ୍ଚାଇଥାଏ।
  • ଯଦି ତ୍ୱଚାଜନିତ ବା ଆଖିଜନିତ ଆଲର୍ଜି ରହିଛି ,ତେବେ ଏହାକୁ ତାଙ୍କ ଡ଼ାଏଟ୍‌ରେ ନିଶ୍ଚିତ ସାମିଲ୍‌ କରନ୍ତୁ। ଅଙ୍ଗୁର ପାଚନ କ୍ରିୟାକୁ ସୁରକ୍ଷିତ ରଖି ଆଷ୍ଟିୟୋଆର୍ଥରାଇଟିସ୍‌ ଭଳି ସମସ୍ୟାକୁ ବି ଶେଷ କରିବାକରେ ସାହାଯ୍ୟ କରିଥାଏ।
  • ଗବେଷଣା ମୁତାବକ ଏକ କପ୍‌ ଲାଲ୍‌ ଏବଂ ସବୁଜ ଅଙ୍ଗୁର୍‌ରେ ଭରପୂର କ୍ୟାଲୋରି ସହ ୧.୦୯ ପ୍ରୋଟିନ୍‌,୦.୨୪ଗ୍ରାମ୍‌ ଫ୍ୟାଟ୍‌,୧.୪ ଗ୍ରାମ୍‌ ଫାଇବର୍‌ ଏବଂ ୨୭.୩୩ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌ର ମାତ୍ରା ରହିଥାଏ।
  • ସାଧାରଣତଃ ଅଙ୍ଗୁର ତିନି ପ୍ରକାରର ମିଳିଥାଏ। ଯଥା ଲାଲ୍‌, ସବୁଜ ଏବଂ କଳା ରଂଗର ହୋଇଥାଏ। ତେବେ ଏହା ଯେ କେବଳ ବ୍ୟକ୍ତିର ଅବସାଦ ସମସ୍ୟାକୁ ଦୂର କରିଥାଏ ତାହା ନୁହେଁ ବରଂ ଏହା କର୍କଟ,ହୃଦୟ ସମ୍ବନ୍ଧିତ ସମସ୍ୟା,ବ୍ଲଡ଼ପ୍ରେସର୍‌ ଇତ୍ୟାଦି ସମସ୍ୟାକୁ ବି ନିଜର ନିୟନ୍ତ୍ରଣରେ ରଖିଥାଏ ଏବଂ କବ୍ଜ ସମସ୍ୟା ପାଇଁ ମଧ୍ୟ ଏହା ମହୌଷଧି ଭଳି କାର୍ଯ୍ୟ କରିଥାଏ।

ପଢନ୍ତୁ;

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

Related posts

ହେଡ ଫୋନ ଲଗାଇ ଗୀତ ଶୁଣୁଛନ୍ତି କି!!! ଜାଣିନିଅନ୍ତୁ ଏହାର କୁପ୍ରଭାବ ସମ୍ପର୍କରେ

Ratnamani Moharana

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

ENO Beuro

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !

ENO Beuro

1 comment

Leave a Comment