LIFESTYLE

ଧନିଆ ପତ୍ର ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ ଓ ଏହା ଦ୍ଵାରା କେଉଁ ରୋଗ ଦୁର ହୋଇଥାଏ ଜାଣନ୍ତୁ ?

ଧନିଆ ପତ୍ର ଖାଦ୍ୟାର ସ୍ୱାଦ ବଢ଼ାଇବା ସହ ଶରୀର ପାଇଁ ବେଶ ଲାଭଦାୟକ । ଏତଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ଼୍ରେଟ୍‌, ଫାଇବର, ଆଇରନ୍‌, ମିନେରାଲସ୍‌ ଇତ୍ୟାଦି ପୋଷକ ତତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ଧନିଆ ପତ୍ର ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ ଜାଣନ୍ତୁ ?

ଧନିଆ ପତ୍ର ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ ଜାଣନ୍ତୁ :-

  • ଏହାକୁ ଖାଇବା ଦ୍ୱାରା ପେଟ ଓ ଗ୍ୟାସଜନିତ ସମସ୍ୟା ଦୂର ହୋଇଥାଏ । ଧନିଆକୁ ଲସି ସହ ମିଶାଇ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ ।
  • ପ୍ରତିଦିନ ଧନିଆ ଖାଇବା ଦ୍ୱାରା ଆସ୍ଥମା ରୋଗ ଦୂର ହୋଇଥାଏ । ସେଥିପାଇଁ ଧନିଆ ପତ୍ର ଏବଂ ମିଶ୍ରିକୁ ଭଲ ଭାବରେ ବାଟି ଦିଅନ୍ତୁ । ଏହା ପରେ ଆସ୍ଥମା ରୋଗୀକୁ ଗୋଟେ ଚାମଚ ଧନିଆ-ମିଶ୍ରି ବଟାକୁ ଚାଉଳ ପାଣି ସହ ପିଇବା ପାଇଁ ଦିଅନ୍ତୁ ।
  • ଧନିଆରେ ଭିଟାମିନ ଏ ର ପରିମାଣ ଅଧିକ ପରିମାଣରେ ଥାଏ । ଯାହା ଆଖି ପାଇଁ ଖୁବ୍‌ ଭଲ । ଯେଉଁ ପିଲାମାନଙ୍କୁ କମ ବୟସରୁ ଦେଖିବାରେ ଅସୁବିଧା ହୋଇଥାଏ,ସେମାନଙ୍କୁ ଧନିଆ ଖାଇବା ଅତ୍ୟନ୍ତ ଆବଶ୍ୟକ ।
  • ଏହା ଶରୀରର ଥକାପଣ ଦୂର କରିଥାଏ । ଯଦି ଆପଣଙ୍କୁ ଥକା ଲାଗୁଛି ବା ମୁଣ୍ଡ ବୁଲାଉଛି, ତେବେ ଧନିଆ ଜୁସ୍‌ ସକାଳେ ଏବଂ ରାତିରେ ପିଅନ୍ତୁ । ଏହି ଜୁସ୍‌ ତିଆରି କରିବା ପାଇଁ ଧନିଆ ସହ କିଛି ମିଶ୍ରି ଏବଂ ପାଣି ମିଶାନ୍ତୁ ।

ପଢନ୍ତୁ ;

ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

ENO Beuro

ବିବାହ ଜୀବନର ଏକ ଗୁରୁତ୍ଵପୂର୍ଣ ମୋଡ଼, ତେଣୁ ଜାଣନ୍ତୁ କେଉଁଭଳି ବ୍ୟକ୍ତିକୁ ବାଛିବେ ଜୀବନସାଥୀ

ENO Beuro

ଫଳମାନଙ୍କ ମଧ୍ୟରେ ରାଜା, ଏହି ଫଳର ପତ୍ରରେ ଲୁଚିରହିଛି ଅନେକ ରୋଗର ଚିକିତ୍ସା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More