• Home
  • LIFESTYLE
  • ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ
LIFESTYLE

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ଖରାଦିନେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡେ । ଗରମ ତାପ ଯୋଗୁଁ ଲୋକମାନେ ଅଂଶୁଘାତର ଶିକାର ମଧ୍ୟ ହୋଇଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଆମେ ମାନେ ବହୁତ କିଛି ଉପାୟ ଅବଲମ୍ବନ କରି ଥାଉ । ତେବେ ଆସନ୍ତୁ ଜାଣିବା ଖରାଦିନେ ଆମେ କିପରି ରକ୍ଷା ପାଇବା ?

ଗ୍ରୀଷ୍ମକାଳରେ କିପରି ରହିବେ ଜାଣନ୍ତୁ :-

ଖରାଦିନେ ଦହି ପୋଖାଳ, ଲେମ୍ବୁ, ତରଭୁଜ, କାକୁଡି ପ୍ରବୃତି ଯଥେଷ୍ଟ ପରିମାଣରେ ଖାଆନ୍ତୁ । ଏହା ସହିତ ପ୍ରଚୁର ମାତ୍ରାରେ ପାଣି ମଧ୍ୟ ପିଅନ୍ତୁ । ସୂତାର ହାଲକା ରଙ୍ଗର ପତଳା ପୋଷାକ ପିନ୍ଧନ୍ତୁ ।

ଖରାରେ ବାହାରକୁ ଗଲେ ଗୋଛମୂଳେ ବା ଫ୍ୟାନରେ ତଳେ ବିଶ୍ରାମ ନିଅନ୍ତୁ । ନିହାତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ । ଖରାରୁ ରକ୍ଷା ପାଇବା ପାଇଁ ସନ୍ ଓ କ୍ରିମ୍ ବ୍ୟବହାର କରନ୍ତୁ  । କାରଣ ଦେହରେ ସୂର୍ଯ୍ୟଙ୍କ ତାପ ବାଜିଲେ ସ୍କିନ୍ ସମସ୍ୟା ଦେଖାଦିଏ ।

ବାହାରକୁ ଯିବା ସମୟରେ ପାଖରେ ପାଣି ବୋତଲ ସହିତ ଛତା,ଟୋପି ଓ ଗାମୁଛା ବା ଷ୍ଟୋଲ ମୁଣ୍ଡରେ ପକାଇବା ସହିତ ଆଖିରେ କଳା ଚଷମା ବ୍ୟବହାର କରନ୍ତୁ । ଖରାକୁ ଗଲା ବେଳେ ଆଖୁ ରସ ସହିତ , ଘୋଳ ଦହି, ଲସି ପିଅନ୍ତୁ ।

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ lemon juice

ପିଇବା ପୂର୍ବରୁ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ବାହାରେ ଥିଲେ ବା ବାହାରୁ ଘରକୁ ଆସିବ ପରେ କିଛି ସମୟ ବିଶ୍ରାମ କରି ଥଣ୍ଡା କିମ୍ବା ପାଣି ପିଇବେ । ଦେହ ଗରମ ଥିବା ସମୟରେ ପାଣି ବା ଥଣ୍ଡା ପିଇଲେ ତଣ୍ଡି ଦରଜ ଓ ଥଣ୍ଡା ହୋଇ ଦେହ ଖରାପ ହୋଇଯାଏ ।

ଅଶୁଘାତ ହେବାର ଲକ୍ଷଣ ଦେଖାଦେଲେ ଦେହରେ ଥଣ୍ଡା ପାଣି ସହିତ ଫ୍ୟାନ ବା ଗଛ ତଳେ ବସିବାକୁ ଦିଅନ୍ତୁ । ଯଥାଶୀଘ୍ର ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଅନ୍ତୁ । ଖରାଦିନରେ ବିଶେଷ କରି ଫଳମୂଳ ଖାଆନ୍ତୁ କାରଣ ଏହା ଦେହ ପାଇଁ ବହୁତ ଉପକାରୀ ।

ଖରାଦିନେ ଗରମ ତାପମାତ୍ରାରୁ ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ curd juice

ପଢନ୍ତୁ ;

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

Related posts

କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହି ଦୁଇଟି ବ୍ୟାୟାମ ପାଇପାରିବେ ଲମ୍ବା ଓ ଘନ କେଶ

Krishna Kumar Manoj

ଆମ ଦୈନନ୍ଦିନ ଜୀବନରେ କ’ଣ ରହିଛି ସ୍ୱପ୍ନର ମହତ୍ତ୍ୱ ! ଜାଣନ୍ତୁ ;

Krishna Kumar Manoj

ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କି ସଙ୍କେତ ମିଳେ? ଆସନ୍ତୁ ଜାଣିବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More