February 16, 2019

ବଳିଆ ସ୍ୱାସ୍ଥ୍ୟରେ ସୁଧାର ପରିବର୍ତ୍ତନ ଘଟିଛି

ଦିଲ୍ଲୀ ଏମ୍‌ସରେ ବଳିଆ ସ୍ୱାସ୍ଥ୍ୟରେ ସୁଧାର ଆସୁଛି

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡ଼ାମୁଣ୍ଡ ଅଲଗା ପରେ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟ ବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ମାତ୍ର, ବଳିଆର ସ୍ୱାସ୍ଥ୍ୟରେ ଦ୍ରୁତ ସୁଧାର ଆସିନଥିଲା । ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍‌ କହିଛନ୍ତି ଯେ, ଏବେ ବଳିଆରେ ନାକରେ ଲାଗିଥିବା ନଳୀକୁ କାଢ଼ି ଦିଆଯାଇଛି ଏବଂ ତଣ୍ଟିରେ ଟାକ୍ରିଓଟୋମି ଲଗାଯାଇଛି। ତଳର ପଦାର୍ଥ ବଦଳରେ ନିୟମିତ ଭାତଡାଲି ଦିଆଯାଉଛି। ଜଳଖିଆରେ ବେଳେବେଳେ ଅଣ୍ଡା ମଧ୍ୟ ଦିଆଯାଉଛି। ସେ ଚେଷ୍ଟା କରୁଥିଲେ ମଧ୍ୟ ଦୁର୍ବଳ କାରଣରୁ ସେ ଠିଆ ହୋଇପାରୁନାହିଁ। ଜଗା ଭଳି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ହେଲେ ବଳିଆକୁ ଆଉ ତିନି ମାସ ସମୟ ଲାଗିପାରେ ବୋଲି ସେମାନେ କହିଛନ୍ତି।

ଗତବର୍ଷ ଜୁଲାଇ ୧୪ ତାରିଖରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଜଗାବଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨୭ ତାରିଖରେ ଅପରେସନ୍‌ ଦ୍ୱାରା ଉଭୟଙ୍କୁ ଅଲଗା କରାଯାଇଥିଲା। ଏହି ବିରଳ ଅପରେସନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।

ପଢନ୍ତୁ ; ସୋସିଆଲ୍‌ ମିଡିଆରେ ବାଦ୍‌ଶାହା ଶାହାରୁଖ ଖାନଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More