29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ହୋଲି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ବାର୍ତ୍ତା

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍‌ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର।  ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର ପିଚକାରୀ। ହେଲେ ଗ୍ରାହକଙ୍କ ଦେଖାନାହିଁ। କାରଣ ବର୍ତ୍ତମାନ ସମସ୍ତଙ୍କୁ କରୋନା ଭୟ ଘାରିଛି। କାଳେ ରଙ୍ଗ ଚୀନର ହୋଇଥିବା ଏବଂ କରୋନା ଭାଇରସ୍‌ ରହିଥିବ ‌ଏହାକୁ ସନ୍ଦେହ କରି ଲୋକେ ରଙ୍ଗ କିଣୁ ନାହାନ୍ତି।

ହୋଲି କିପରି ଖେଳିବେ ? ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। କରୋନା ଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସତର୍କତାର ସହ ହୋଲି ଖେଳିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

  • ଯଥାସମ୍ଭବ ଏକତ୍ର ହୋଇ ରଙ୍ଗ ଖେଳରୁ ଦୂରେଇ ରୁହନ୍ତୁ।
  • ବଡ଼ ଆକାରରେ, ବଡ଼ ସମାବେଶ କରି ହୋଲି ଖେଳନ୍ତୁ ନାହିଁ।
  • ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ, କର ମର୍ଦ୍ଦନ କିମ୍ବା ଆଲିଙ୍ଗନ କରନ୍ତୁ ନାହିଁ।
  • ବାରମ୍ବାର ହାତକୁ ସାବୁନ୍‌ରେ ଧୁଅନ୍ତୁ। ଜ୍ୱର, କାଶ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲେ ହୋଲି ଖେଳନ୍ତୁ ନାହିଁ।

ପଢନ୍ତୁ:  କରୋନା ଭୟରେ ଚିକେନ ଶସ୍ତା

Related posts

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ !

Ratnamani Maharana

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

Ratnamani Maharana

ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More