ଟମାଟୋ ଏକ ଗୁଣକାରୀ ପରିବା । ଅତ୍ୟଧିକ ପରିମାଣରେ ଟମାଟୋ ଖାଇଲେ ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । କିନ୍ତୁ ବିଶେଷଜ୍ଞଙ୍କ ମତରେ ଦୈନିକ ଆବଶ୍ୟକ ପରିମାଣରେ ଏହା ଖାଇବା ଉଚିତ । ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?
ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ
- ଅତ୍ୟଧିକ ଟମାଟୋ ଖାଇଲେ ତାହା ବୃକକ୍ ଉପରେ କୁପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିଛି ।
- ଟମାଟୋ ଅଧିକ ପରିମାଣରେ ଖାଇବା ଦ୍ବାରା ମାଇଗ୍ରେନ୍ ସମସ୍ୟା ଉପୁଜୁଥିବାର ପ୍ରକାଶ ।
- ବୟସ୍କ ଲୋକେ ଅଧିକ ଟମାଟୋ ଖାଇଲେ ସେମାନଙ୍କ ଅଣ୍ଟା, ଗୋଡ଼ ବିନ୍ଧା ହୋଇଥାଏ ।
- ଆବଶ୍ୟକତା ଠାରୁ ଅଧିକ ଟମାଟୋର ବ୍ୟବହାର ତରକାରିରେ କଲେ ତାହା ହଜମ ନ ହେବା ସହ ମୂତ୍ର ସଂକ୍ରମଣ ରୋଗ ହେବାର ଆଶଙ୍କା ବଢ଼ାଇଥାଏ ।
- ଟମାଟୋରେ ଲାଇକୋପିନ୍ ସହ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର। ହେଲେ ଦୈନିକ ଅତିବେଶୀରେ ଗୋଟିଏ କିମ୍ବା ୨ଟି ଟମାଟୋ ଖାଇବା ଉଚିତ ।
- ଏଣୁ ଟମାଟୋ ଅଧିକ ବ୍ୟବହାର କରିବା ଅନୁଚିତ ।
ପଢନ୍ତୁ ;