News

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଆଜିକାଲି ଅନେକ ଲୋକଙ୍କଠି ଦନ୍ତଜନିତ ରୋଗ ପରିଲକ୍ଷିତ ହେଉଛି । ଆଜିକ ଦିନରେ ଏହି ରୋଗ ସାଧାରଣ ବିଷୟ ପାଲଟିଥିଲେ ହେଁ ଦନ୍ତଜନିତ ରୋଗୀ ଓ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯୁବବର୍ଗଙ୍କ ଅସନ୍ତୁଳିତ ଜୀବନଶୈଳୀ ଗୁଟଖା ଓ ତମାଖୁ ସେବନ କରିବା ଦ୍ଵାରା ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ଥାନୀୟ ଏକ  ହୋଟେଲରେ ଇଣ୍ଡିଆନ ଆସୋସିଏସନ ଅଫ ଓରାଲ ଓ ମାକ୍ସିଲୋଫେସିଆଲ ଫାଥୋଲୋଜିଷ୍ଟର ୨୬ତମ ଜାତୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଦନ୍ତଜନିତ ରୋଗର ବୃଦ୍ଧିକୁ ଆଖିଆଗରେ ରଖି ସରକାର ଅଗାମୀ ଦିନରେ ରାଜ୍ୟରେ ୧୪୮ ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରିବେ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ହିଁ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନସର ଡାକ୍ତର ଅଜୟ କୁମାର ପରିଡ଼ା, ଆଇଏଓଏମପିର ସଭାପତି ପ୍ରଫେସର ଜୟଗୋପାଳ ରୟ, ସଂପାଦକ ପ୍ରଫେସର ଚୈଚନ୍ୟ ବାବୁ, ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ବିକେ ସାସ, ପ୍ରଫେସର ଶାଳିନୀ ଚନ୍ଦ୍ର ଆଦି ଦନ୍ତ ରୋଗ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ପଢନ୍ତୁ, ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

Related posts

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

ବମିଖାଲ ଓଭର୍‌ବ୍ରିଜ୍‌ ଦୁର୍ଘଟଣା : ଠିକାଦାର ସଂପୂର୍ଣ୍ଣ ଦାୟୀ , ଇଂଜିନିୟରଙ୍କୁ କ୍ଲିନଚିଟ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More