LIFESTYLE

ଆସନ୍ତୁ ଜାଣିବା ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା !

ପୁରୁଷଙ୍କ ସ୍ୱାସ୍ଥ୍ୟ ଉପରେ ଆଧୁନିକ ଜୀବନଶୈଳୀ ନକରାତ୍ମକ ପ୍ରଭାବ ପକାଇଥାଏ। ଆଉ ଯଦି ଏହି ସମୟରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେବେ ତେବେ ଆପଣଙ୍କୁ ଭବିଷ୍ୟତରେ କୌଣସି ନା କୌଣସି ଶାରୀରିକ ପୀଡାରେ ପଡ଼ିପାରନ୍ତି। ଏଥିପାଇଁଁ ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ କିଛି ଉପାଦେୟ କଥା ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ଜୀବନରେ କାମରେ ଆସିବ-

  • ଯୋଗ ବା ବ୍ୟାୟାମ ଆଦିରୁ ଦୂରେଇ ରହି ଯଦି ଆପଣ ସ୍ୱସ୍ଥ୍ୟ ଭଲ ରହିପାରିବ ବୋଲି ଚିନ୍ତାକରୁଛନ୍ତି ତେବେ ଏହାଠୁ ବଡ ମୁର୍ଖତା ଭଳି କୌଣସି ବିଷୟ ନାହିଁ । କାରଣ ଯୋଗଭ୍ୟାସ ଦ୍ୱାରା ହିଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିପାରିବେ । ଏଥିପାଇଁ ଯଦି ଆପଣ ନିଜକୁ ସବୁଦିନ ପାଇଁ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରନ୍ତୁ।
  • ଅଧିକ ମାତ୍ରାରେ ଜଙ୍କ ଫୁଡ୍ ସେବନ କରିବା ଦ୍ୱାରା ତାହା ପୁରୁଷଙ୍କ ଶୁକ୍ରାଣୁ ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ଏହି ପ୍ରକାର ଖାଦ୍ୟର ଅଭ୍ୟସ୍ତ ହୋଇଯାଇଛନ୍ତି ତେବେ ତୁରନ୍ତ ସେଥିରୁ ନିବୃତ ରୁହନ୍ତୁ । ଏଥିପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ଦୁଇଟି ଲେଖାଏଁ ପାଚିଲା କଦଳୀ ସାମିଲ କରିପାରିବେ । କାରଣ ଏହା ସାରା ଦିନ ଆପଣଙ୍କୁ ସତେଜ ରଖିବା ସହ କାମ କରିବାକୁ ଶକ୍ତି ଯୋଗାଇ ଥାଏ।
  • ଲ୍ୟାପଟପ୍ ଆଦି ବ୍ୟବହାର କରୁଥିଲେ ଏହାକୁ ସାଧାରଣତଃ ଜଂଘ ଉପରେ ରଖି କାମ କରିବା ଆଦୌ ଉଚିତ ନୁହେଁ । କାରଣ ଏହାର ପ୍ରଭାବ ସିଧାସଳଖ ପୁରୁଷଙ୍କ ଯୌନ କ୍ଷମତା ଉପରେ ପଡିଥାଏ । ଏହା ଦ୍ୱାରା ନପୁଂସକ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି।
  • ସାଧାରଣତଃ ଖାଦ୍ୟରେ ଭଲ ଗୁଣକାରୀ ତେଲ ବ୍ୟବହାର କରିବା ଉଚିତ । ଖରାପ ତଥା ନିମ୍ନମାନର ତେଲ ବ୍ୟବହାର କରିବା ଦ୍ୱାରା ଏହାର ପ୍ରଭାବ ବିଶେଷ କରି ପୁରୁଷଙ୍କ ଉପରେ ପଡିଥାଏ । ତେବେ ରୋଷେଇ କରିବା ସମୟରେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ଅଟେ।
  • ଖାଇବା ସମୟରେ ଏକାସାଙ୍ଗରେ ରୁଟି ଓ ଭାତ ଖାଇବା ଉଚିତ ନୁହେଁ। ତେଲ ମସଲା ଜନିତ ଖାଦ୍ୟରୁ ସାଧାରଣତଃ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଅଟେ । ସୋଡା,କଫି ଓ ଚିପ୍ସ ଇତ୍ୟାଦିକୁ ବହୁତ କମ ମାତ୍ରାରେ ସେବନ କରିବା ଉଚିତ । କାରଣ ଏହାକୁ ଅତିମାତ୍ରାରେ ସେବନ କରିବା ଦ୍ୱାରା ଏହା ଆପଣଙ୍କ ପାଇଁ ଭବିଷ୍ୟତରେ ଏକ ବଡ ସମସ୍ୟା ସୃଷ୍ଟି କରିପାରେ।

ପଢନ୍ତୁ;

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

Related posts

ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ “ଖଜୁରୀ”,ଜାଣନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ

ENO Beuro

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ENO Beuro

ଅତ୍ୟଧିକ ଚିନି ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ଜାଣନ୍ତୁ?

ENO Beuro

Leave a Comment