ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି ।
ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ବୋଲି ଭାବି ପିଇବାକୁ ଡ଼ରିଥାନ୍ତି । କିନ୍ତୁ ଶୀତ ଦିନେ ମଧ୍ୟ ଏହାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ଏବେ ଆସନ୍ତୁ ଜାଣିବା, ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ?
୧.ଲେମ୍ବୁରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ରହିଥାଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖା ଯାଇ ନ ଥାଏ ।
୨.ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ । ଏହା ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।
୩.ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ ।
୪.ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇ ନ ଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।