Featured

ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୧୦ଟି ସହଜ ଓ ଘରୋଇ ଉପାୟ

ଆକର୍ଷଣୀୟ ଦିଶିବାକୁ ସମସ୍ତଙ୍କର ଇଚ୍ଛା ଥାଏ । କିଏ ବାଳକୁ ଷ୍ଟାଇଲ କରିଥାଏ ତ ଆଉ କିଏ ଟାଟୁ ବନାଇଥାଏ । ଏଥିପାଇଁ ନିଜକୁ ଫ୍ରେସ୍‌ ଓ ହେଲଦି ରଖିବାକୁ ପଡିବ । ଯାହାର ଲୁକ୍‌ ଓ ପର୍ସନାଲିଟି ଯେତେ କୁଲ ହେବ ସେ ସେତେ ଅଧିକ ଆକର୍ଷଣୀୟ ଦିଶିବ । ଯଦି ଆପଣ ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ୧୦ଟି ସହଜ ଉପାୟ ଯାହା ଆପଣଙ୍କୁ ଫ୍ରେସ୍‌ ଓ ହେଲଦି ରଖିବ ।

ପଇଡ଼ ପାଣି: ପ୍ରତିଦିନ ଅତି କମରେ ଥରେ ପଇଡ଼ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଏନର୍ଜେଟିକ ରଖିବ।

କଦଳୀ: ପ୍ରତିଦିନ ଗୋଟିଏ କଦଳୀ ଖାଇଲେ ମନ ସ୍ଥିର ରହିବ। ଏହା ଆପଣଙ୍କୁ ଦିନସାରା ଆକ୍ଟିଭ ରଖିବ।

ଦହି: ପ୍ରତିଦିନ ଦହି ଖାଇବା ଉଚିତ। କାରଣ ଏହା ଆପଣଙ୍କ ଓଜନକୁ କଣ୍ଟ୍ରୋଲ କରିଥାଏ। ଓଜନ କଣ୍ଟ୍ରୋଲରେ ରହିଲେ ଆପଣ ଅଧିକ ଆକର୍ଷଣୀୟ ଲାଗିବେ।

ବାଦାମ: ପ୍ରତିଦିନ ଗୋଟେ ମୁଠା ବାଦମ ଖାଆନ୍ତୁ। ଏହା ରକ୍ତ ସଂଚାଳନ ଠିକ୍‌ ରଖିଥାଏ। ଏହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇଥାଏ

ଏଲୋବରା ଜୁସ୍‌: ପ୍ରତିଦିନ ଏଲୋବେରା ଜୁସ୍ ଗୋଟେ ଗ୍ଲାସ୍‌ ନିହାତି ପିଇବା ଦରକାର। ଏହା ଆପଣଙ୍କ ବାଳ ଝଡ଼ିବା ରୋକିବା ସହ ଏହାକୁ ସତେଜ ରଖିଥାଏ । କାରଣ ଆପଣଙ୍କ ବାଳ ହିଁ ଆପଣଙ୍କୁ ଅଧିକ ଆକର୍ଷଣୀୟ ଦେଖିବାରେ ସହାୟକ ହୋଇଥାଏ।

ବିଲାତି: ଆପଣ ନିଜର ରଙ୍ଗକୁ ନେଇ ଦୁଃଖିତ କି ? ଏଥିରେ ଦୁଃଖି ହେବାର କିଛି ନାହିଁ। ବିଲାଟିର ପେଷ୍ଟ ବନାଇ ମୁହଁରେ ଲଗାନ୍ତୁ। ଏହା ଆପଣଙ୍କ ମୁହଁରେ ଉଜ୍ୱଳତା ଭରିଦେବ ଓ ଆପଣ ବହୁତ ସୁନ୍ଦର ଦିଶିବେ।

ଅଣ୍ଡା: ପ୍ରତିଦିନ ଦୁଇଟି ସିଝା ଅଣ୍ଡା ଆଖାନ୍ତୁ। ଏହା ଆପଣଙ୍କ ମସଲ୍ସକୁ ପରଫେକ୍ଟ ବନାବ। ଏହାଦ୍ୱାରା ଆପଣଙ୍କ ଲୁକ୍‌ ଆକର୍ଷଣୀୟ ହେବା ସହ ପର୍ସନାଲିଟି ବଢ଼ିବ।

ବେସନ: ବେସନରେ ମୋହୁ ମିଶାଇ ମୁହଁରେ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ରଙ୍ଗ ଗୋରା ହେବ ଓ ଆପଣ ଅଧିକ ହ୍ୟାଣ୍ଡସମ୍‌ ଲାଗିବେ।

ପାନମୋଉରୀ: ପ୍ରତିଦିନ ପାନମୋଉରୀ ଖାଇଲେ ମୁଖଗନ୍ଦ ଦୂର ହୋଇଥାଏ। ଏହା ଆପଣଙ୍କ ଇମ୍ପ୍ରେସନ ବଢ଼ାଇଥାଏ ଓ ଆପଣ ସାଙ୍ଗମାନଙ୍କ ସହ ଅଧିକ ମିଶି ପାରିବେ।

ଗ୍ରୀନ୍‌ ଟି: ପ୍ରତିଦିନ ଗ୍ରୀନ୍‌ ଟି ପିଅନ୍ତୁ। ଏହା ଆପଣଙ୍କ ଓଜନକୁ କଣ୍ଟ୍ରୋଲରେ ରଖିବ। ପୂରାଦିନ ଆପଣ ଆକ୍ଟିଭ ରହିବେ।

ଆକର୍ଷଣୀୟ ଦିଶିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୧୦ଟି ସହଜ ଓ ଘରୋଇ ଉପାୟ

Related posts

ଜିଓ ଫୋନରେ ବି କରିପାରିବେ ହ୍ୱାଟସଆପ ! ଜାଣନ୍ତୁ କିପରି?

ENO Beuro

ମେଦ ବହୁଳତା କୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି,ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

Sai Anish Pattanaik – Wonder Kid And A Gifted Talent Of World

Jitendra

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More