News

ଜଳୁଛି ଓଡିଶା: ୧୮ରେ ଡେଇଁବ ସୀମା

ଆଉ ମାତ୍ର ଦୁଇ ଦିନ ତାପରେ ତାତିରୁ ଆଉ ନିସ୍ତାର ନାହି। ମାଡି ଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତିରେ ଜଳିବ ସାରା ଓଡିଶା। ଭୀଷଣ ତାତିରେ ଛଟପଟ ହେବେ ଉପକୂଳବାସୀ। ଏପରି କିଛି ଭବିଷ୍ୟ ବାଣୀ କରିଛି ସୋଆର ପରିବେଶ ଓ ଜଳବାଯୁ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ।  ଆସନ୍ତା ୧୭ ଓ ୧୮ ତାରିଖ ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡା ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

 

ବାତ୍ୟା ଦୁର୍ବଳ ହେବା ପରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା  ହଠାତ୍‌ ବୃଦ୍ଧି ପାଇଛି। ମେ ୧୭ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରି ହୋଇପାରେ। ଉପକୂଳ ଜିଲ୍ଲାଗୁଡ଼ିକରେ ବି ତାପମାତ୍ରା ବଢ଼ିବ। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତି ଏକ ସପ୍ତାହ ଧରି ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

ପଢନ୍ତୁ: ବାତ୍ୟା ପରେ ମହଙ୍ଗା ମାଡ

Related posts

ଭାରତ ବନ୍ଦ: ପଞ୍ଜାବ, ବିହାର, ଓଡ଼ିଶାରେ ରେଳସେବା ଠପ୍‌

ENO Beuro

ରାଜ୍ୟରେ ଖୋଲିବ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା

ENO Beuro

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

ENO Beuro

Leave a Comment