News

ତାତିରେ କଲବଲ ସାରା ରାଜ୍ୟ, ତାତି ଆହୁରି ୨ ଦିନ

W

ତାତିରେ କଲବଲ ଓଡ଼ିଶା । ଅସ୍ତବ୍ୟସ୍ତ ଜନଜୀବନ। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି। ବିଶେଷ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି। ଗତକାଲି ୧୧ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୧୦ଟି ଜିଲ୍ଲା ପାଇଁ ହିଟୱେଭ୍‌ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଓ ବଲାଙ୍ଗିର ଆସନ୍ତା ୧୫ତାରିଖ ଯାଏ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୪-୫ ଦିନ ଯାଏ ମୌସୁମୀ  ସମ୍ଭାବନା ନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪-୫ ଦିନରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ।

୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି

୫ ଜିଲ୍ଲା ପାଇଁ କାଳବୈଶାଖୀ   ସତର୍କତା ଜାରି କରାଯାଇଛି । ଏହି ୫ଟି ଜିଲ୍ଲା- ନୟାଗଡ, ଖୋର୍ଦ୍ଧା, ମାଲକାନଗିରି, ଗଞ୍ଜାମ ଓ ଗଜପତି । ସକାଳ-ସକାଳ ୭.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେପଟେ ଆରବ ସାଗରରେ ବାତ୍ୟା ବାୟୁ । ଆସନ୍ତା ୪୮ ଘଣ୍ଟାରେ ସୌରାଷ୍ଟ୍ର ଉପକୂଳ ଛୁଇଁବ ‘ବାୟୁ’। ଡିପ୍‌ ଡିପ୍ରେସନରୁ ସିଭିୟର ସାଇକ୍ଲୋନର ରୂପ ନେବ ବାୟୁ। ଗୁରୁବାର ଗୁଜୁରାଟ   ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି। ତେବେ ଓଡ଼ିଶା ପ୍ରତି କୌଣସି ବିପଦ ନଥିବା ସୂଚନା ରହିଛି।

ପଢନ୍ତୁ: ଏଫଆଇଏଚ୍‌ ସିରିଜ୍‌ ହକି ସେମିଫାଇନାଲରେ ଭାରତ

Related posts

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ,ଏନକାଉଣ୍ଟରରେ ୪ ଜଣ ଯବାନ ସହିଦ

ENO Beuro

Leave a Comment