Loading...

ଖରାରେ କଲବଲ ଓଡିଶା, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା

ଖରାରେ କଲବଲ ଓଡିଶା, ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବ୍ୟାପୀ ଲାଗିରହିଛି ପ୍ରବଳ ଗ୍ରୀଷ୍ଣ ପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ଥିବାରୁ ଅସହ୍ୟ ଗରମରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକେ ।

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବ୍ୟାପୀ ଲାଗିରହିଛି ପ୍ରବଳ ଗ୍ରୀଷ୍ଣ ପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ଥିବାରୁ ଅସହ୍ୟ ଗରମରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକେ । ସେହିଭଳି ପୂର୍ବ ଓ ଉପକୂଳ ଓଡ଼ିଶାରେ ବି ଅଧିକ ଗରମ ଅନୁଭୂତ ହେଉଛି । ଗତକାଲି ରାଜ୍ୟର ୧୨ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ୪୩ ଦଶମିକ ୨ ଡିଗ୍ରି ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।


ତେବେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ଆଭ୍ୟନ୍ତର ତଥା ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ବୋଲି ଜଣାପଡ଼ିଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.