Loading...

ରାଜ୍ୟରୁ ମୌସୁମୀ ଫେରିବା ପରେ ଧୀରେ ଧୀରେ ବଢୁଛି ତାତି

ରାଜ୍ୟରୁ ମୌସୁମୀ ଫେରିବା ପରେ ଧୀରେ ଧୀରେ ବଢୁଛି ତାତି

ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଶୀତ ଆସିବାର ସମ୍ଭାବନା ନାହିଁ ।

ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ଶୀତ ଆସିବାର ସମ୍ଭାବନା ନାହିଁ । ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ତାତି ବଢିବା ଆରମ୍ଭ କରିଛି । ଉପାନ୍ତରୁ ଉପକୂଳ ସବୁଠି ଏବେ ସବୁଠି ପ୍ରବଳ ଗରମ ଅନୁଭୂତ ହେଉଛି । ଗ୍ରୀଷ୍ମ ଋତୁ ଭଳି ତାତି ନ ହେଲେ ବି ଦିନ ୧୦ଟା ପରେ ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆସନ୍ତା ଅକ୍ଟୋବର ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୂଚନାନୁସାରେ, ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୮୦ ପ୍ରତିଶତ ରହୁଛି । ଫଳରେ ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ଅନୁଭବ ହେଉଛି । ଆକଳନ ଅନୁସାରା ତାପମାତ୍ରା ଉପରମୁହାଁ ରହିବା ସମ୍ଭାବନା ଥିବାରୁ ଓଡ଼ିଶାକୁ ରେଡ ମାର୍କରେ ରଖାଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.