News

ଆହୁରି ୨ ଦିନ ଥରାଇବ ଶୀତ ଲହରୀ

Cold-wave

ପୁଣି ବଢିବ ଶୀତ। ଆସନ୍ତା ୨-୩ ଦିନ ଶୀତ ପ୍ରକୋପ ଅନୁଭୂତ ହେବ। ପଶ୍ଚିମ ଓଡିଶାର ୬ଟି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଜାନୁଆରି ୩୧ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି କମିବ। ‌ତେଣୁ ଥଣ୍ଡାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଲୋକଙ୍କୁ ‌ପରାମର୍ଶ ଦିଆଯାଇଛି।

ସେହିପରି,ଓଡ଼ିଶାର କଶ୍ମୀର କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶୀତ ବୃଦ୍ଧି ପାଇଛି । ବୁଧବାର ପୁଣି ଉକ୍ତ ଅଞ୍ଚଳରେ ତୁଷାରପାତ ହୋଇଛି। ମଙ୍ଗଳବାର ୧୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାର ତାପମାତ୍ରା ଖସି ୪ ଡିଗ୍ରୀରେ ପହଞ୍ଚିଛି । ଏଭଳି ଗୋଟିଏ ଦିନରେ ୭ ଡିଗ୍ରୀ ପାରଦ ଖସିବା ଚଳିତ ବର୍ଷ ପାଇଁ ପ୍ରଥମ ବୋଲି କୁହାଯାଉଛି। ଗତ ତିନି ଦିନ ଧରି ଅଞ୍ଚଳରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଥିଲା । ହଠାତ ପୁଣି ଏଭଳି ତୁଷାରପାତ ଯୋଗୁ ଶୀତ ବୃଦ୍ଧି ପାଇବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପଢନ୍ତୁ; ଆଜିଠୁ ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

Related posts

ପୁଣି ଥରିଲା ଇଣ୍ଡୋନେସିଆ,ରିକ୍ଟର ସ୍କେଲରେ ତୀବ୍ରତା ୫.୯

ENO Beuro

ପ୍ରକାଶ ପାଇଲା ବିଶ୍ଵର ୫୦ ସ୍ମାର୍ଟ ସହର ତାଲିକା, ୩୨ ତମ ସ୍ଥାନରେ ଭୁବନେଶ୍ୱର

ENO Beuro

ଏଟିଏମ୍ ରେ ନାହିଁ ଟଙ୍କା , ସାରା ରାଜ୍ୟରେ ଟଙ୍କା ପାଇଁ ହାହାକାର!

ENO Beuro

Leave a Comment