News

ହାଡ ଭଙ୍ଗା ଜାଡ, ଆହୁରି ଦୁଇଦିନ ନିସ୍ତାର ନାହିଁ

cold

୧୦ ଡିଗ୍ରୀ ତଳେ ୧୧ ସହର, ଭୁବନେଶ୍ଵର ୯.୯ ଡିଗ୍ରୀ

ପ୍ରଚଣ୍ଡ ଶୀତ ଲହରୀ। ହିମାଳୟ ପଟୁ ବହୁଛି କାଲୁଆ ପବନ। ଏହା ପ୍ରକୋପରେ ଉତ୍ତରରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ରାଜ୍ୟରେ ସବୁ ଅଞ୍ଚଳ ଥରୁଛି। ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି।

cold

ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଏଠାରେ ତାପମାତ୍ରା ୧୧.୧ ଡିଗ୍ରି ଥିବାବେଳେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରିରେ ପହଞ୍ଚିଥିଲା। ଜାଡ଼ରେ ଥରିଥିଲେ ଲୋକେ। ସନ୍ଧ୍ୟା ହେବା କ୍ଷଣି ହାଲକା ଶୀତ ହୋଇଥିଲା। ଏହା ଧୀରେ ଧୀରେ ବଢ଼ି ଚାଲିଥିଲା। ରାତି ୧୨ଟା ୪୫ ବେଳକୁ ସବୁ ରେକର୍ଡ ଭାଙ୍ଗିଥିଲା ପାରଦ। ସର୍ବନିମ୍ନ ସ୍ତରକୁ ଚାଲିଯାଇଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ତାପମାତ୍ରା ଟିକେ ବ଼ଢ଼ିବାର ସମ୍ଭାବନା ଥିଲେ ବି ଶୀତର ପ୍ରକୋପ ରହିବ। କନ୍ଧମାଳର ବାଲିଗୁଡ଼ା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଦାରିଙ୍ଗିବାଡିରେ ମଧ୍ୟ ଶୀତର ପ୍ରକୋପ ସହ ତୁଷାରପାତ ଦେଖିବାକୁ ମିଳିଛି।

ପଢନ୍ତୁ; ଓଡିଶା ହେବ ନୂଆ ଭାରତର ବିକାଶ ଇଞ୍ଜିନ

Related posts

ସ୍ୱଚ୍ଛ ଭାରତ ଅଭିଯାନ : କାର ସହ ବାଇକ ରାଲି

ENO Beuro

ସାତକୋଶିଆରେ ବାଘ ‘ମହାବୀର’ର ମୃତ୍ୟୁ

ENO Beuro

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!

ENO Beuro

Leave a Comment