୨୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

rain

ବଦଳିବ ପାଗ ,୨୪ରୁ ୨୭ ବର୍ଷା

ଏବେଠୁ ଅସହ୍ୟ ହେଲାଣି ଖରା । ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ସବୁଠି ଦିନ ତାପମାତ୍ରା ବଢିଛି। ପାଣିପାଗ ପୂର୍ବାନୁମାନ ହେଲା ,ଆସନ୍ତା ୨୪ରୁ ପାଗ ବଦଳିବ। ଆକାଶ ମେଘୁଆ ହେବା ସହ ଖରା କମିବ। ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ଅଛି।

କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ସମେତ ଖୋଦ୍ଧର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି।

ପଢନ୍ତୁ;ଆଜିଠୁ ଆରମ୍ଭ ଆଇସିଏସ୍‌ଇ ପରୀକ୍ଷା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More