News

କାଳବୈଶାଖୀ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ଆଶଙ୍କା

ନ୍ୟୁଜ୍ ପ୍ରବଳ ବର୍ଷା ଆଶଙ୍କା

କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି । ବଜ୍ରପାତ ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ମଧ୍ୟ କୁହାଯାଇଛି । ବିଜୁଳି ମାରୁଥିବା ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ବି କୁହାଯାଇଛି ।

ରାଜ୍ୟର କେନ୍ଦୁଝର,  ମୟୂରଭଞ୍ଜ,  ବାଲେଶ୍ୱର,  ଭଦ୍ରକ,  ଯାଜପୁର,  ମାଲକାନଗିରି,  କୋରାପୁଟ,  ରାୟଗଡ଼ା,  ଗଜପତି,  କନ୍ଧମାଳ, କୋରାପୁଟ, ଗଞ୍ଜାମ, ଜଗତସିଂହପୁର,  ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଅନୁଗୁଳ ଆଦି ଅଞ୍ଚଳରେ ଆଗାମୀ ୨୪ଘଂଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆ ପଥର ମାଡ ମଧ୍ୟ ହୋଇପାରେ । ସେହିପରି ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ପଢନ୍ତୁ ;

ଆନ୍ଧ୍ର ପ୍ରଦେଶ:ଗୋଦାବରୀ ନଦୀରେ ଡଙ୍ଗାବୁଡ଼ି ୨୩ ନିଖୋଜ

Related posts

ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ

ENO Beuro

ବାଲାକୋଟ ଆକ୍ରମଣରେ ନିହତ ଶବକୁ ନଦୀରେ ଭସେଇ ଥିଲା ପାକିସ୍ତାନ

Ratnamani Moharana

ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

Ratnamani Moharana

2 comments

Leave a Comment