ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜିଠାରୁ ତିନିଦିନ ଧରି ବର୍ଷା ଲାଗି ରହିବ। ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନୟାଗଡ଼, କଟକ, ଜଗତସିଂହପୁର ଓ ସୋନପୁରରେ ଅଧିକ ବର୍ଷା ହେବ। କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ଅଧିକାଂଶ ଅଂଚଳରେ ଓ ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ରରୁ ଫେରି ଆସିବା ପାଇଁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ପାରାଦ୍ୱୀପ, ଟିଟିଲାଗଡ଼, କେନ୍ଦୁଝର, ବାରିପଦା, ବାଲେଶ୍ୱରରେ ଯଥାକ୍ରମେ ୩୯ ମିମି, ୨୭, ୨୦ ଓ ୧୭ ମିମି ବର୍ଷା ରେକର୍ଡ଼ କରାଯାଇଛି । ଆଜି ସକାଳୁ ଭୁବନେଶ୍ୱର ଓ ଆଖ ପାଖ ଅଂଚଳରେ ହାଲକା ବର୍ଷା ହେବା ସହ ପାଗ ମେଘୁଆ ରହିଛି । ୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।