News

ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା:୯ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା

ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବିଶେଷ କରି ୯ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲା ଗୁଡ଼ିକ ହେଲା ପୁରୀ, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ଭୁବନେଶ୍ୱର, ବାଲେଶ୍ୱର, ଗଜପତି, ନୟାଗଡ ଓ ଗଞ୍ଜାମ । ସଂଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଉପରୋକ୍ତ ଜିଲ୍ଲାବାସୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜର ବିଭିନ୍ନ ଜିଲ୍ଲାରେ ମୌସୁମୀଜନିତ ବର୍ଷା ସାଙ୍ଗକୁ ଲଘୁଚାପ ବଷାଲାଗି ରହିଛି। ଏହି ସମୟରେ ବଜ୍ରପାତ ଘଟି ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ଜନସାଧାଣରଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବର୍ଷା, ଘୁର୍ଣ୍ଣିଝଡ଼ ଓ ବଜ୍ରପାତ ନେଇ ବିଭିନ୍ନ ସମୟରେ ସତର୍କ ସୂଚନା ଜାରି କରାଯାଉଛି।

ପଢନ୍ତୁ; ‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

Related posts

ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ

ENO Beuro

କୋଲକତାର ପୁରାତନ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ENO Beuro

ଇଣ୍ଡିଆ ଟୁଡେ ସର୍ଭେ : ଦେଶରେ ୩୧ତମ ସ୍ଥାନରେ ଓଡ଼ିଶାର ଏସ୍‌ସିବି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More