News

ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗ ର ପୂର୍ବସୂଚନା

ଲଘୁଚାପ ପ୍ରଭାବରେ ଆଜିଠୁ ୨ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିବ ।  ଲଘୁଚାପ ପ୍ରଭାବରେ ଆଗାମୀ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ,ଉତ୍ତର ଓ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିତ ପାଣିପାଗ ବିଭାଗ ।

ଦେବଗଡ, କେନ୍ଦୁଝର, ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକରେ ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଓଡିଶା ଉପକୂଳ ସହ ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ଫଳରେ ଏହି ସବୁ ଅସୁବିଧା ମାନ ଉପୁଜିଛି । ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇ ପଡିଥିବାବେଳେ ଉପକୂଳ ଅଂଚଳରେ ଘଂଟାକୁ ୩୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ଓଡିଶାରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ ସୂଚନା ଜାରି କରାଯାଇଛି ।

ଏଥିସହ ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗର ପୂର୍ବସୂଚନା ।  ଘୂର୍ଣ୍ଣିବଳୟ ଦକ୍ଷିଣ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଆଖାପାଖରେ ସୃଷ୍ଟି ହେବବୋଲି ସୂଚନା ଦିଆଯାଇଛି ।

ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗର ପୂର୍ବସୂଚନା  ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗ ର ପୂର୍ବସୂଚନା

ଦଶହରା ରେ ଆସୁଥିବା ତିନୋଟି ଓଡିଆ ସିନେମା ବିଷୟରେ ଅଧିକ ଜାଣନ୍ତୁ

Related posts

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

Krishna Kumar Manoj

Odisha Para Athlete Jayanti Behera Had Bagged Gold In World Junior Championships

Krishna Kumar Manoj

୨ ଭାରତୀୟଙ୍କୁ ରମଣ ମାଗସେସେ ପୁରସ୍କାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More