News

ଆସନ୍ତା ୫ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା

ଆସନ୍ତା ୫ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା

ଆସନ୍ତା ୫ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା । ୫ତାରିଖରୁ ନେଇକି ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ହେବ ।

ବର୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରବିବାର ପାଗ ଶୁଖିଲା ଥିବାବେଳେ କେବଳ ଅନୁଗୁଳ ଓ ତାଳଚେରରେ ସାମାନ୍ୟ ବର୍ଷା ହୋଇଛି । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଏପରି ସ୍ଥିତି ରହିବ । ପାଣିପାଗକେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅନୁଗୁଳ ଏବଂ ତାଳଚେରରେ ୫ମିମି ଲେଖାଏ ବର୍ଷା ହୋଇଥିବାବେଳେ ରାଜ୍ୟର ବାକି ସ୍ଥାନରେ ପାଗ ଶୁଖିଲା ଥିଲା ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଏବେ ଓଡ଼ିଶା ଆକାଶରେ ମେଘ ନାହିଁ । କିନ୍ତୁ ୫ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ । ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବାପରେ ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ବର୍ଷା ହେବ ତାହା କହିହେବ ବୋଲି ଶ୍ରୀ ସାହୁ କହିଛନ୍ତିି ।

ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଚାନ୍ଦବାଲି, ଭଦ୍ରକ, ମୟୂରଭଞ୍ଜ, ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଭଳି ସ୍ଥାନରେ ସାମାନ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ କେନ୍ଦ୍ରର ସୂଚନା।

ଆସନ୍ତା ୫ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା

ଯୋଗୀ ସିନେମାର ମହୁରତ ଭିଡିଓ ଦେଖନ୍ତୁ

Related posts

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ENO Beuro

ସାଧାରଣ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ ଉପରେ ପଡିବ ଜିଏସଟି ର ପ୍ରଭାବ

ENO Beuro

ଏଣିକି ଅନଲାଇନରେ ହେବ ଓଟିଇଟି ପରୀକ୍ଷା

ENO Beuro

Leave a Comment