• Home
  • News
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୫ରୁ ପ୍ରବଳ ବର୍ଷା
News

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୫ରୁ ପ୍ରବଳ ବର୍ଷା

୫ରୁ ବଢିବ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବିଶାଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆଗାମୀ ଜୁଲାଇ ୫ରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ୬ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବ ଓ କିଛି ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ତାହାର ପ୍ରଭାବରେ ବର୍ଷା ବଢ଼ିପାରେ। ୫୦ରୁ ୭୫ଟି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। କିଛି ସ୍ଥାନରେ ୧୦ ସେମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ୫ ତାରିଖ ପାଇଁ ପାଣିପାଗ ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ପ୍ରତି ମୁହୂର୍ତ୍ତ ସଜାଗ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ୬ ତାରିଖ ପାଇଁ କିନ୍ତୁ ଆଲର୍ଟ ଜାରି ହୋଇଛି। ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୫ରୁ ପ୍ରବଳ ବର୍ଷା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୫ରୁ ପ୍ରବଳ ବର୍ଷା rain

ପଢନ୍ତୁ; ପରଲୋକରେ ଭାଷାବିତ୍ ଡ.ଧନେଶ୍ୱର ମହାପାତ୍ର

Related posts

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

Krishna Kumar Manoj

ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

Krishna Kumar Manoj

ଆସନ୍ତାକାଲି ହେବ ଆଧାର ଆଇନ୍‌ ବୈଧତାର ଆଗତ ଆବେଦନର ଶୁଣାଣି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More