News

ରାଜ୍ୟରେ ପ୍ରବଳ ବର୍ଷା : ଟ୍ୱିନସିଟିରେ ସମସ୍ତ ସ୍କୁଲ୍‌କୁ ଆଜି ଛୁଟି ଘୋଷଣା କଲେ ଏସଆରସି

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ବଢିଥିବାବେଳେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ତେବେ ଏହି ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ତରଫରୁ ଟ୍ୱିନସିଟିର ସମସ୍ତ ସ୍କୁଲକୁ ଆଜି ବନ୍ଦ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତକାଲି ଉପକୂଳ ଓଡ଼ିଶାରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିଛି। ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ଏଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ, ସଙ୍ଗେ ସଙ୍ଗେ ଏସଆରସିଙ୍କ କାର୍ୟ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

ପଢନ୍ତୁ; ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Related posts

ରେଲୱେ ବୋର୍ଡର ନୂତନ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ଅଗ୍ରୱାଲ

ENO Beuro

ରାଷ୍ଟ୍ରପତିଙ୍କ ଏକକାଳୀନ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ

ENO Beuro

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା !

ENO Beuro

1 comment

Leave a Comment