• Home
  • News
  • ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ
News

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ ହେଇଛି । ଗତକାଲିଠାରୁ ଅଚାନକ ଘଡଘଡି ଓ ବିଜୁଳି ସହ ପ୍ରବଳ ମାତ୍ରାରେ ବର୍ଷା ଲାଗିରହିଥିଲା । ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରକୋପ କମିନଥିଲା ।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ଚତୁର୍ଦିଗ ଅନ୍ଧକାର ହୋଇଯାଇଥିଲା । ଏହାପରେ ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇ ଯାଇଥିଲା ବର୍ଷା । ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବା ସାଙ୍ଗକୁ ଦୀର୍ଘ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ଏମିତି ପରିସ୍ଥିତି ସୃଷ୍ଟି କରିଥିଲା ଯେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଏହା ରାଜଧାନୀର ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇ ଦେିଇଛି । ତେବେ ରାତି ସାଢ଼େ ୮ଟା ସୁଦ୍ଧା ରାଜଧାନୀରେ ୩୧ ମି.ମି ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ପଣି ଯୋଗୁ ଯାତାୟାତ ଏକ ପ୍ରକାର ବନ୍ଦ ହେଇଯାଇଥିଲା । ସବୁଠି ଖାଲି ପାଣି ଆଉ ପାଣି । ରାଜଧାନୀ ରାଜରାସ୍ତାରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ଇସ୍କନ୍‌ ମନ୍ଦିର ସମ୍ମୁଖ, ରସୁଲଗଡ଼, ବମିଖାଲ, ଆଚାର୍ଯ୍ୟବିହାର, ଜୟଦେବବିହାର, ପୁରୁଣା ଭୁବନେଶ୍ୱର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଥିଲା। ଇସ୍କନ୍‌ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଅନେକ ଗାଡ଼ି ଏଥିରେ ଫସି ରହିଥିଲା। ଏହି ରାସ୍ତାରେ ଯାଉଥିବା ବାଇକ୍‌ ଓ କାର୍‌ ସବୁ ଅଧାଅଧି ବୁଡ଼ି ଯାଇଥିଲା। ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା।

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ  ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ,  ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ

ଜିନାର ଜୀବନସାଥୀ ତରଙ୍ଗ ଟିଭିର ନୂଆ ରିଆଲିଟି ଶୋ

Related posts

ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ

Krishna Kumar Manoj

କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

Krishna Kumar Manoj

ଏଏଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More