News

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ

By Krishna Kumar Manoj

September 02, 2017

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ ହେଇଛି । ଗତକାଲିଠାରୁ ଅଚାନକ ଘଡଘଡି ଓ ବିଜୁଳି ସହ ପ୍ରବଳ ମାତ୍ରାରେ ବର୍ଷା ଲାଗିରହିଥିଲା । ଆଜି ସକାଳ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରକୋପ କମିନଥିଲା ।

ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳକୁ ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସି ଚତୁର୍ଦିଗ ଅନ୍ଧକାର ହୋଇଯାଇଥିଲା । ଏହାପରେ ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇ ଯାଇଥିଲା ବର୍ଷା । ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବା ସାଙ୍ଗକୁ ଦୀର୍ଘ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ଏମିତି ପରିସ୍ଥିତି ସୃଷ୍ଟି କରିଥିଲା ଯେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଏହା ରାଜଧାନୀର ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇ ଦେିଇଛି । ତେବେ ରାତି ସାଢ଼େ ୮ଟା ସୁଦ୍ଧା ରାଜଧାନୀରେ ୩୧ ମି.ମି ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ପଣି ଯୋଗୁ ଯାତାୟାତ ଏକ ପ୍ରକାର ବନ୍ଦ ହେଇଯାଇଥିଲା । ସବୁଠି ଖାଲି ପାଣି ଆଉ ପାଣି । ରାଜଧାନୀ ରାଜରାସ୍ତାରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ଇସ୍କନ୍‌ ମନ୍ଦିର ସମ୍ମୁଖ, ରସୁଲଗଡ଼, ବମିଖାଲ, ଆଚାର୍ଯ୍ୟବିହାର, ଜୟଦେବବିହାର, ପୁରୁଣା ଭୁବନେଶ୍ୱର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଥିଲା। ଇସ୍କନ୍‌ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଅନେକ ଗାଡ଼ି ଏଥିରେ ଫସି ରହିଥିଲା। ଏହି ରାସ୍ତାରେ ଯାଉଥିବା ବାଇକ୍‌ ଓ କାର୍‌ ସବୁ ଅଧାଅଧି ବୁଡ଼ି ଯାଇଥିଲା। ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଏକପ୍ରକାର ବନ୍ଦ ହୋଇଯାଇଥିଲା।

ଜିନାର ଜୀବନସାଥୀ ତରଙ୍ଗ ଟିଭିର ନୂଆ ରିଆଲିଟି ଶୋ