News

ଲଗାଣ ବର୍ଷାରେ ବେହାଲ ଓଡିଶା

Untitled 1

ଲଗାଣ ବର୍ଷାରେ ବେହାଲ ଓଡିଶା। ପାଣିପାଗ ସୂଚନାନୁଯାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଅଳ୍ପ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ରାଜ୍ୟରେ ଭାରି ବର୍ଷା ନେଇ ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା । ପ୍ରବଳ ବର୍ଷା କାରଣରୁ ୫ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇଥିବା ଏସଆରସି ସୂଚନା ଦେଇଛନ୍ତି ।

ମାଲକାନଗିରି

ଜଳବନ୍ଦୀ ମାଲକାନଗିରି। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡିଛି ସ୍ଥିତିା ଜିଲ୍ଲାର ଏମଭି ୩୭, କୋରକୋଣ୍ଡା ଓ କାଙ୍ଗରକୋଣ୍ଡା ପୋଲ ଉପରେ ପାଣି ବଢି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମାଲକାନଗିରି-କାଲିମେଳା ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି । ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ସେପଟେ ମାଲକାନଗିରିରେ କିଛି ଦିନ ତଳେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଲଗାଣ ବର୍ଷାରେ ଯୋଗୁ ରାୟଗଡ଼ା ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି

ଲଗାଣ ବର୍ଷାରେ ଯୋଗୁ ରାୟଗଡ଼ା ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଫଳରେ କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୬୩ଟି ପରିବାରକୁ ପ୍ରଶାସନ ତରଫରୁ ସ୍ଥାନାନ୍ତର କରାଯାଇଛି । ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ବନ୍ୟାଜଳ ପ୍ରବାହିତ ଯୋଗୁ ରେଳ ଧାରଣା ଭାସି ଯାଇଛି । ରାୟଗଡ଼ା ଓ ଟିଟିଲାଗଡ଼ ରେଳଧାରଣାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ବାତିଲ ହୋଇଛି।

ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା 

ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ମଧ୍ଯ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଘର ଭିତରେ ପାଣି ପଶିଯିବାରୁ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଲୋକେ ।

ପଢନ୍ତୁ: ଡିପ୍‌ ଡିପ୍ରେସନ୍‌ ରୂପ ନେଲା ଲଘୁଚାପ: ଆଗାମୀ ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Related posts

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

ENO Beuro

ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

ENO Beuro

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ !

ENO Beuro

1 comment

Leave a Comment