News

କେରଳରେ ବର୍ଷା ବିତ୍ପାତ

Flood 3 750x430

ଭାସୁଛି ଦେବଭୂମି। ଲଗାଣ ବର୍ଷାରେ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର। ଚାରିଆଡ ଜଳାର୍ଣ୍ଣବ। ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି। ରାସ୍ତାଘାଟ, ସହର ବଜାର ବୁଡ଼ିଛି। ଓ୍ଵାଇନାଡ୍‌, ଇଦୁକି, ମଲାପୁରମ୍‌ ଓ କୋଝିକୋଡ ଜିଲ୍ଲାକୁ ଜାରି କରାଯାଇଛି ରେଡ୍‌ ଆଲର୍ଟ। ବିଭିନ୍ନ ସ୍ଥାନରେ ଭୂସ୍ଖଳନ  ହୋଇଛି। ଏପର୍ଯ୍ୟନ୍ତ ବନ୍ୟା ଓ ଭୂସ୍ଖଳନରେ କେରଳରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ବହୁ ଲୋକ ନିଖୋଜ ହୋଇଛନ୍ତି। ଜଳବନ୍ଦୀଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସେନା ସମେତ ଏନଡିଆରଏଫ୍‌ ଟିମ୍‌। ବିଭିନ୍ନ ଜିଲ୍ଲାରୁ ୨୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

କେରଳ ମୁଖ୍ୟମନ୍ତ୍ରୀ ପିନରୟ ବିଜୟନ ବନ୍ୟା ପ୍ରଭାବିତ ୪ ଜିଲ୍ଲାର ପ୍ରମୁଖ ଅଧିକାରୀଙ୍କ ସହ ପରିସ୍ଥିତି ସର୍ମ୍ପରେ ଆଲୋଚନା କରିଛନ୍ତି। ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ସହ ରିଲିଫ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

 

 ୧୧ ପର୍ଯ୍ୟନ୍ତ କୋଚି ବିମାନବନ୍ଦର ବନ୍ଦ

ଲଗାଣ ବର୍ଷା ଯୋଗୁ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ଯୋଗୁ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଶୁକ୍ରବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଆଗାମୀ ଦୁଇଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ  ସ୍ଥଳ ସେନା ଏବଂ ବାୟୁସେନାର ସହାୟତା ଲୋଡ଼ିଛନ୍ତି।

ପଢନ୍ତୁ: ସ୍ୱାଧୀନତା ଦିବସରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

Related posts

ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ କରି ଜେଲରେ ଟିଭି ଚ୍ୟାନେଲ ମୁଖ୍ୟ ଓ ସମ୍ପାଦକ

Ratnamani Moharana

ଅଣସର ବାସରେ ଶ୍ରୀଜିଉ 

ENO Beuro

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ,ଗିରଫ ବ୍ୟକ୍ତିଙ୍କୁ ମିଳିପାରିବ ଜାମିନ

ENO Beuro

1 comment

Leave a Comment