News

ମୁମ୍ବାଇରେ ପ୍ରବଳ ବର୍ଷା; ଅନେକ ସ୍ଥାନରେ ଜମି ରହିଛି ବର୍ଷାପାଣି

By Krishna Kumar Manoj

June 07, 2018

ମୌସୁମୀ ବର୍ଷାରେ ବେହାଲ ମୁମ୍ବାଇ

ମୂଷଳ ଧାରା ବର୍ଷାରେ ବେହାଲ ହୋଇ ପଡିଛି ମୁମ୍ବାଇ ସହର। ପାଣିପାଗ ବିଜ୍ଞାନ ବିଭାଗର ସଦ୍ୟତମ ଚେତାବନୀ ମୁମ୍ବାଇବାସୀଙ୍କୁ ଅସୁବିଧାକୁ ଦ୍ଵିଗୁଣିତ କରିବାକୁ ଯାଉଛି। ତାଜା ସୂଚନା ମୁତାବକ ମୌସୁମୀ ଗୋଆ ପହଞ୍ଚି ସାରିଛି ଏବଂ ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ମହାରାଷ୍ଟ୍ର ଛୁଇଁବ। ଅର୍ଥାତ ଆଗାମୀ ୪୮ ରୁ ୭୨ ଘଣ୍ଟାରେ ମୌସୁମୀ ମୁମ୍ବାଇ ପହଞ୍ଚିପାରେ। ତେଣୁ ୮ ଓ ୯ରରେ ଏଠାରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି।

ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ପାଣି ଜମିଛି। ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ବୃଷ୍ଟିପାତ ରେକର୍ଡ କରାଯାଇଛି। ବିଏମ୍‌ସି ଅଟୋମେଟିକ୍‌ େଓ୍ଵଦର୍‌ ଷ୍ଟେସନ୍‌ରେ ରେକର୍ଡ ହୋଇଥିବା ବିଭିନ୍ନ ସ୍ଥାନରେ ବୃଷ୍ଟିର ପରିମାଣ ହେଉଛି କୁର୍ଲା ୧୫ ମିଲିମିଟର୍‌, ଚେମ୍ବୁର୍‌ ୧୩ ମିଲିମିଟର୍‌, ଗୋରେଗାଓଁ ୨୬ ମିଲିମିଟର୍‌ ଏବଂ ମାଲାଡ୍‌ରେ ୧୮ ମିଲିମିଟର୍‌।

ପଢନ୍ତୁ; ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍