ଉତ୍ତର ଭାରତରେ ବର୍ଷା ବିତ୍ପାତ,୧୧ ମୃତ

rain

ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୧ ଜଣଙ୍କ ଜୀବନ ଗଲାଣି। ହିମାଚନ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ହରିୟାଣାରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଫଳରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ସହ ଗଛ ମଧ୍ୟ ଉପୁଡି ଯାଇଛି।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପଞ୍ଜାବରେ ମଧ୍ୟ ରେର୍ଡ ଆଲର୍ଟ ଜାରି କରାଯାଇଛି। ଆଜି ରାଜ୍ୟର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ସମସ୍ତ ସ୍କୁଲ ଓ ହିମାଚଳ ପ୍ରଦେଶର ଅଧିକାଂଶ ଜିଲ୍ଲାରେ ମଧ୍ୟ ଆଜି ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

rain

ହିମାଚଳ ପ୍ରଦେଶରେ ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ଅନେକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯିବା ସହ ବହୁ ଗାଡ଼ି ମଟର ଭାସିଯାଇଛି। କୁଲୁ ଜିଲ୍ଲାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇଆଲର୍ଟ ଜାରି କରାଯାଇଛି। କୁଲୁ ଜିଲ୍ଲାରେ ଗତ ୪୮ ଘଣ୍ଟାରେ ବନ୍ୟାରେ ଫସି ରହିଥିବା ୨୧ ଜଣ ଲୋକଙ୍କୁ ବାୟୁସେନା ଦ୍ୱାରା ଉଦ୍ଧାର କରାଯାଇଛି। ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ହିମାଚଳପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ପଢନ୍ତୁ; ପସନ୍ଦ ନଥିଲେ ଅସୁନ୍ଦର ସ୍ଵାମୀ,ଚୁମ୍ବନ ବେଳେ ଜିଭ କାଟିଦେଲେ ସ୍ତ୍ରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More