ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

rain

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଓ୍ଵଲ ମାର୍କଡ୍‌ ଲୋ ପ୍ରେସର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି।ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ବର୍ଷାର ଆରମ୍ଭ ହୋଇ ଯାଇଛି। । ଅବପାତର ରୂପ ନେବା ପରେ ଆଜି ରାତିସୁଧା ଏହା ପୁରୀ ଓ ପାରାଦୀପ ଦେଇ ଗତି କରିବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

rain

ଦକ୍ଷିଣ ଓ ଉତ୍ତର ଉପକୂଳରେ ଅଧିକ ବର୍ଷିବ। ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟରେ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳରେ ବି ପ୍ରବଳ ବର୍ଷା ହେବ। ୨୧ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୩ ଓ ୨୪ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ, ଉପକୂଳ ଓ ଉତ୍ତର ଉପକୂଳର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

ଏହା ସମୁଦ୍ର ଭିତରକୁ ମତ୍ସ୍ୟଜିବୀଙ୍କୁ ନ ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକରେ ତିନି ନମ୍ବର ବିପଦ ସଂକେତ ଜାରି କରିଛି ପାଣିପାଗ ବିଭାଗ

ପଢନ୍ତୁ; ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More