News

୧୭ରେ ଆନ୍ଧ୍ର ଛୁଇଁବ ବାତ୍ୟା ‘ପିଥାଇ’ ୧୬ରୁ ବର୍ଷା, ଚିନ୍ତାରେ ଚାଷୀ

cyclone

ବଙ୍ଗୋପସାଗରରେ ସୃଷ୍ଟିି ଅବପାତ ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ ରୂପ ନେଇ ସାରିଲାଣି। ୨୪ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ। ବାତ୍ୟାର ନାଁ ରହିଛି “ପିଥାଇ”। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ବର୍ତ୍ତମାନ ଚେନ୍ନାଇଠାରୁ ୯୩୦ କିମି ଦୂରରେ ଏହି ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ୧୬ରୁ ସାରା ରାଜ୍ୟରେ କୋହଲା ପାଗ ସହ ବର୍ଷା ଲାଗି ରହିବ।

cyclone

ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ବର୍ତ୍ତମାନ ଆହୁରି ୫୦ ରୁ ୬୦ ପ୍ରତିଶତ ପାଚିଲା ଧାନ କଟା ହୋଇନିି। ବର୍ଷା ହେଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଓଙ୍ଗୋଲ ଓ କାକିନଡ଼ା ମଧ୍ୟରେ ୧୭ ଅପରାହ୍ନରେ ସ୍ଥଳଭାଗକୁ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାଦ୍ୱାରା ଆନ୍ଧ୍ର ଉପକୂଳ ଅଧିକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ପଢନ୍ତୁ; ୟାଙ୍ଗନଠାରେ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟନ କଲେ ରାଷ୍ଟ୍ରପତି

Related posts

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ENO Beuro

ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ’ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର

ENO Beuro

Leave a Comment