News

ଆଜି ସନ୍ଧ୍ୟାରେ ଆନ୍ଧ୍ରରେ ମାଡ ହେବ ‘ପେଥାଇ’,ଦକ୍ଷିଣ-ପଶ୍ଚିମରେ ପ୍ରବଳ ବର୍ଷା

ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗକୁ ଛୁଇଁବ‘ପେଥାଇ’। କିନ୍ତୁ ଏହା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଯିବ । ତଥାପି ଏହାର ଧାସରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ଅପରାହ୍ନରୁ ରାଜ୍ୟର ଅନେକ ଅଂଚଳରେ ଝିପିଝିପି ବର୍ଷା ହେଉଥିବାବେଳେ ସକାଳୁ ସକାଳୁ କେତେକ ସ୍ଥାନରେ ଆଉ ଟିକେ ଜୋରରେ ବର୍ଷା ଆରମ୍ଭ ହୋଇଯାଇଛି। ସୋମବାରଠାରୁ ରାଜ୍ୟର ୪ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାକୁ ଥିବାବେଳେ ମଙ୍ଗଳବାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମୁଦ୍ର ରହିବ ଅଶାନ୍ତ

rain

ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୮ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ଗୋପାଳପୁର, ଚାନ୍ଦାବଲି, ପୁରୀରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଓଡ଼ିଶା ପ୍ରତି ପବନର ଭୟ ନ ଥିଲେ ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପଢନ୍ତୁ; ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

Related posts

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ENO Beuro

ପିଏନ୍‌ବି ମହାଠକେଇ ମାମଲା : ନିରବ ମୋଦୀଙ୍କ ଠାରୁ ୯ଟି ଦାମୀ କାର୍‌ ଜବତ

ENO Beuro

ଟ୍ରକକୁ ପଛପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ,ଜଣେ ମୃତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More