News

ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

rain

ଲଘୁଚାପ ଅବପାତ ରୂପ ନେଇଛି। ସନ୍ଧ୍ୟା ସୁଦ୍ଧା ଚାନ୍ଦବାଲିଠାରୁ ୮୦କିମି ଉତ୍ତରପୂର୍ବ ଏବଂ ବାଲେଶ୍ୱରଠାରୁ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଗତି କରିବା ସହିତ ଆଜି ରାତି ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟଦେଇ ବାଲେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼ ଓ ବଲାଙ୍ଗିର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ୨୪ ଘଣ୍ଟା ଢାଳିବ

ପାଣିପାଗ ବିଭାଗ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ବର୍ତ୍ତମାନ ଅବପାତ ରୂପ ନେଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରିଯିବା ପରେ ଆସନ୍ତାକାଲି ଛତିଶଗଡ଼ ଏବଂ ପରବର୍ତ୍ତୀ ଦୁଇଦିନରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗତି କରିବ। ତେବେ ଆସନ୍ତା ୧୦ତାରିଖ ସୁଦ୍ଧା ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ମୌସୁମି ଟ୍ରପଲାଫନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୧ତାରିଖ ସୁଦ୍ଧା ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନିଦିନ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

rain

ପଢନ୍ତୁ;କୋଟିଫ୍‌ କପ୍‌ ଫୁଟ୍‌ବଲ୍‌:ଆର୍ଜେଣ୍ଟିନାକୁ ହରାଇଲା ଭାରତ

Related posts

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ENO Beuro

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା

ENO Beuro

ତାମିଲନାଡୁ ସରକାର: ଜୟଲଳିତା ଗର୍ଭବତୀ ହୋଇନଥିଲେ

ENO Beuro

1 comment

Leave a Comment