News

ଓଡିଶାକୁ ଆସୁଛି ଲଘୁଚାପ ,୧୦ରୁ ବର୍ଷା

rain

ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶାରୁ ସମ୍ପୂର୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଏହି ଘୋଷଣା କରିଛି। ରାଜ୍ୟରୁ ମୌସୁମୀ ଫେରିଯାଇଥିବାବେଳେ ଅନ୍ୟ ପକ୍ଷରେ ଓଡିଶା ଆଡକୁ ଆସୁଛି ଏକ ଲଘୁଚାପ।

rain

ତେବେ ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଅକ୍ଟୋବର ୮ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।ଏହା ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଏହାର ପ୍ରଭାବରେ ଅକ୍ଟୋବର ୧୦ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସୂତ୍ର ଅନୁସାରେ ଚଳିତ ମୌସୁମୀରେ ରାଜ୍ୟରେ ହାରାହାରି ୧୧.୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ୧୧ଟି ଜିଲ୍ଲାରେ ହାରାହାରି ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବାବେଳେ ବାକି ୧୯ଟି ଜିଲ୍ଲାରେ ଜୁନ୍ ୧ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ସ୍ୱାଭାବିକ ବର୍ଷା ହୋଇଛି।

ପଢନ୍ତୁ;ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ବାୟୋମେଟ୍ରିକ ଡିଜିଟାଲ ବ୍ୟବସ୍ଥା

Related posts

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଲେ ମିଥୁନ ଚକ୍ରବର୍ତ୍ତୀ

Ratnamani Moharana

ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ, ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

ରଘୁରାମ ରାଜନ ହୋଇ ପାରନ୍ତି ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର!

ENO Beuro

Leave a Comment