News

ବଙ୍ଗୋପସାଗରରେ ଲଘୁଚାପ ! ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା

Sea 750x430

ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା  ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗିରହିବ। ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୪ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଂଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ।କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇପାରେ। ପାହାଡିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି। ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ବିପର୍ଯ୍ୟୟ ପରେ ତୁରନ୍ତ ରାସ୍ତା ସଫେଇ, ଯୋଗଯୋଗ ବ୍ୟବସ୍ଥାକୁ ସଜାଡ଼ିବା ପରି କାର୍ଯ୍ୟ ଲାଗି ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

 

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ କହିଛନ୍ତି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ପଶ୍ଚିମ ଓଡ଼ିଶା ଉପରେ ରହିବ। ଏହାପରେ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ତେବେ ରାଜସ୍ଥାନଠାରୁ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବି ଥିବା ଘୂର୍ଣ୍ଣିବଳୟର ଅଂଶ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରହିବ। ଯେହେତୁ ଏହାର ପୂର୍ବ ଭାଗ ଓଡ଼ିଶା ଉପରେ ରହୁଛି ତେଣୁ ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ନା କିଛି ବର୍ଷା ହେବ। ଅନୁମାନ କରାଯାଉଛି ଯେ ଆସନ୍ତାକାଲି ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା   ହୋଇପାରେ।

ପଢନ୍ତୁ: ସୋଫାରେ ବସିବାକୁ ମନା କରି ଚେୟାର୍‌ରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା, ବେଜବରୁଆଙ୍କ ଘର ହେବ ସ୍ମୃତିପୀଠ

ENO Beuro

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ୨,୦୨୧ କୋଟି

ENO Beuro

ଆଜି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର

ENO Beuro

1 comment

ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ, ବଦଳିବ ପୁରା ନକ୍ସା September 6, 2019 at 1:01 pm

[…] ବଙ୍ଗୋପସାଗରରେ ଲଘୁଚାପ ! ଆସନ୍ତା ୪୮ ଘଣ୍ଟା … […]

Leave a Comment