ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରାଜ୍ୟରେ ତାଣ୍ଡବ କରୁଛି ବର୍ଷା । ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁଆଡ଼େ ଜଳାର୍ଣ୍ଣବ । କେଉଁଠି କାନ୍ଥୁ ପଡ଼ି ଲୋକଙ୍କ ମୃତ୍ୟୁ ହେଉଛି ତ ଆଉ କିଏ ପାଣିରେ ଭାସିଯାଉଛି । କିଛି ସ୍ଥାନରେ ମାଟି ଅତଡ଼ା ଖସି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଲଘୁଚାପ ପ୍ରକୋପରୁ ଅତି ପ୍ରବଳ ବର୍ଷା ହୋଇ ଖୋର୍ଦ୍ଧା ଓ ଭୁବନେଶ୍ୱର ରେଳବାଇ ଷ୍ଟେସନ୍‌ ଏବଂ ପୁରୀ ୟାର୍ଡରେ ପାଣି ଜମି ରହିଥିବାରୁ ସେ ରାସ୍ତାରେ ଯାତାୟାତ କରୁଥିବା କେତେକ ରେଳଗାଡ଼ିର ସମୟ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଞ୍ଚଳ ସବୁରେ ଜଳସ୍ତର ହ୍ରାସ ପାଇବା ପରେ ଅଟକି ରହିଥିବା ଟ୍ରେନ୍‌ ସବୁ ଷ୍ଟେସନ୍‌ ଛାଡ଼ିଲେଣି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ଅବପାତ ରୂପ ନେଇଛି। ଯାହାର ପ୍ରଭାବରେ ରାଜ୍ୟରେ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବ। ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

ପଢନ୍ତୁ; ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More