News

ୟୁପିରେ ପ୍ରବଳ ବର୍ଷା,୧୬ ମୃତ

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଯୋଗୁଁ ୧୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଖବର ମିଳିଛି।ଶାହାଜାହାନ୍‌ପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହୋଇଛନ୍ତି।

ସରକାରୀ ସୂତ୍ରାନୁସାରେ ଗତ ୨୪ ଘଣ୍ଟାରେ ଲଗାଣ ବର୍ଷା ଓ ବର୍ଜପାତ କାରଣରୁ ୧୬ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଘରଦ୍ବାର ଭାଙ୍ଗି ଯାଇଛି । ଏଥି ମଧ୍ୟରୁ ଶାହାଜାହାପୁରରେ ସବୁଠାରୁ ଅଧିକ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସୀତାରାମପୁରରେ ୩, ଆମେଠୀ ତଥା ଆରେୟାରେ ୨, ଲକ୍ଷ୍ମୀପୁର ଖୀରୀ, ରାଇବରେଲୀ ଏବଂ ଉନ୍ନାବରେ ଜଣେ ବ୍ୟକ୍ତି ବର୍ଷା ଯୋଗୁଁ ମୃତ୍ୟୁ ହୋଇଛି।

rain ପ୍ରବଳ ୟୁପିରେ ପ୍ରବଳ ବର୍ଷା,୧୬ ମୃତ rain

ସୂଚନାଯୋଗ୍ୟ,ପ୍ରବଳ ବର୍ଷା ତଥା ବଜ୍ରପାତ ଯୋଗୁ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ରାଜ୍ୟର ପୂର୍ବ ଏବଂ ପଶ୍ଚିମ ଭାଗରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳ ପ୍ରଳୟଙ୍କାରୀ ବନ୍ୟାର କିଛି ସପ୍ତାହ ନପୁରୁଣୁ ଉତ୍ତର ପ୍ରଦେଶରେ ପୁଣି ଏଭଳି ସ୍ଥିତି ଦେଖିବାକୁ ମିଳିଛି। କେରଳ ପ୍ରଳୟଙ୍କାରୀ ବନ୍ୟାରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ପଢନ୍ତୁ;ନୂଆଖାଇ ପାଇଁ ଆଜି ହେବ ଲଗ୍ନ ନିର୍ଘଂଟ

Related posts

ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

ENO Beuro

ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

ENO Beuro

୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More