News

ଆଜି ସ୍ୱଳ୍ପ ବର୍ଷା, ୧୫ ରୁ ଅତି ପ୍ରବଳ ବୋଲି ପାଣିପାଗ ସଂସ୍ଥା ର ପୂର୍ବାନୁମାନ

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ଏବେ ଘନୀଭୂତ ହେଇ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ଘନ ମେଘ ଆକାଶରେ ଖେଳିଯାଇଛି । ଆଜି ସକାଳୁ ଭୁବନେଶ୍ୱର ସହ ଆଖପାଖ ଅଞ୍ଚଳର ଆକାଶ ବି ମେଘୁଆ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ହାଲକା ମେଘ ହେବା ସହ ଦୁଇଦିନ ଯାଏ ପ୍ରବଳ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ।

ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ପାଚିଲା ଧାନ ଫସଲକୁ ବିପଦ ଆଣିଦେବ । ବର୍ଷାରେ ଧାନ କେଣ୍ଡାରୁ ଧାନ ଝଡ଼ିଯିବ ଓ ଗଜା ହେବା ନେଇ ଚାଷୀମାନଙ୍କୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରାମର୍ଶ ଦେଇଛି । କେତେକ ସ୍ଥାନରେ ବର୍ଷା ଯୋଗୁଁ ତରବାରିଆ ଭାବରେ ଅମଳ କାର୍ଯ୍ୟ ଶେଷ ହେଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଓଡ଼ିଶା ଉପକୂଳ ତଟବର୍ତୀ ଜିଲ୍ଲା ଗୁଡ଼ିକ ସହିତ ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବି ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସହିତ ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଜି ସ୍ୱଳ୍ପ ବର୍ଷା, ୧୫ ରୁ ଅତି ପ୍ରବଳ ବୋଲି ପାଣିପାଗ ସଂସ୍ଥା ର ପୂର୍ବାନୁମାନ  ଆଜି ସ୍ୱଳ୍ପ ବର୍ଷା, ୧୫ ରୁ ଅତି ପ୍ରବଳ ବୋଲି ପାଣିପାଗ ସଂସ୍ଥା ର ପୂର୍ବାନୁମାନ

ପଢନ୍ତୁ, ଆଜିର ଶିଶୁ ଦିବସକୁ ନେଇ ବ୍ୟାପକ ପ୍ରସ୍ତୁତି, ଦୁଇ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ

Related posts

କନଷ୍ଟେବଳଙ୍କ ମାନବିକତା: ହୃଦଘାତ ରୋଗୀଙ୍କୁ ବଞ୍ଚାଇଲେ

ENO Beuro

ତାରକ ମେହତା… ଧାରାବାହିକ କଳାକାର ଆଜାଦଙ୍କ ପରଲୋକ

ENO Beuro

ସାବରମତୀ ଆଶ୍ରମ ଓ ଅକ୍ଷରଧାମ ମନ୍ଦିର ପରିଦର୍ଶନ କଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More