News

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା , ଆଜି ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ବର୍ଷା । ଏହା ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୱେଲ ମାର୍କ ଲୋପ୍ରେସରର ରୂପ ନେଇଛି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ ଅଛି ।

ଲଘୁଚାପର ପ୍ରଭାବ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ପଡିଛି । ଆଜି ସକାଳୁ ପାଗ କୋହଲିଆ ରହିବା ସାଙ୍ଗ ବର୍ଷା ଜାରି ରହିଛି । ସମୁଦ୍ର ଅଶାନ୍ତ ହୋଇଉଠିଛି। ଏଣୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମନା। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ସତର୍କସୂଚନା। ଆଗାମୀ ୨୪ ଘଂଟା ମଧ୍ୟରେ ଗଜପତି, କନ୍ଧମାଳ, ନୟାଗଡ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ତା ସହିତ ଉପକୂଳ ଓଡ଼ିଶାରେ ଘଂଟା ପ୍ରତି ୪୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଯେ, ମଙ୍ଗଳବାର ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି ଯାହାକୁ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଜଣାପଡ଼ିଛି । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ବୁଧବାର ରାତି କିମ୍ବା ନଭେମ୍ବର ୧୬ରେ ଏହା ଗଞ୍ଜାମ ମାଟିରେ ପ୍ରବେଶ କରିବାର ସମ୍ଭାବନା ରହୁଛି । ୧୮ ତାରିଖ ବେଳକୁ ବର୍ଷା ପରିମାଣ କମିବ। ତେବେ ୨୦ ତାରିଖଠାରୁ ଥଣ୍ଡା ଫେରିବାର ସମ୍ଭାବନା ରହିଛି।

ଅଦିନିଆ ବର୍ଷାକୁ ଦେଖି କୃଷି ବିଭାଗ ତରଫରୁ ଚାଷୀଙ୍କୁ ସଚେତନ କରାଯାଇଛି।  କିଛି ସ୍ଥାନରେ ଚାଷୀ ଧାନ କାଟି ନେଇଥିବାବେଳେ ଆଉ କିଛି ସ୍ଥାନରେ ଧାନ ପାଚି ନ ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି।

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

ପଢନ୍ତୁ, ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

Related posts

ହିମାଚଳ ପ୍ରଦେଶରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ମୃତ

ENO Beuro

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ

ENO Beuro

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

ENO Beuro

1 comment

Leave a Comment