News

ମାୟାନଗରୀ ମୁମ୍ବାଇରେ ବର୍ଷା ବିଭୀଷିକା

Untitled 1

ସ୍ବପ୍ନର ସହର ମୁମ୍ବାଇ। ରଙ୍ଗୀନ ଆଲୋକମାଳା, ନଭଶ୍ଚମ୍ବୀ ଅଟ୍ଟାଳିକା ଭିତରେ ଝଲସୁଥିବା ମୁମ୍ବାଇକୁ ସତେ ଯେମିତି ଶ୍ରୀହୀନ କରିଦେଲାଣି ବର୍ଷା ।୩ଦିନର ଲଗାଣ ବର୍ଷାରେ ବଦଳିଯାଇଛି ବାଣିଜ୍ୟନଗରୀର ଚିତ୍ର ।  ମୁମ୍ବାଇରେ ମୌସୁମୀ ଆସିବା ମାତ୍ର ୩ ଦିନ ହୋଇଛି । କିନ୍ତୁ ଏହାର କରୁଣ ଦୃଶ୍ୟ ପୂରା ମୁମ୍ବାଇରେ ଦେଖିବାକୁ ମିଳିଛି। ଭୀଷଣ ବର୍ଷାର ତାଣ୍ଡବ ଯୋଗୁଁ କାନ୍ଥ ଭୁଷୁଡି ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମଲାଡ ଇଷ୍ଟ, କଲ୍ୟାଣ ଓ ପୁଣେରେ କାନ୍ଥ ଭୁଷୁଡିବା ଘଟଣା ସମ୍ନାକୁ ଆସିଛି ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା  ସମ୍ଭାବନା ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଜାରି ହୋଇଛି। ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ମୁମ୍ବାଇବାସୀ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ବର୍ଷା ଗତ ୨ ବର୍ଷର ରେକର୍ଡ  ଭାଙ୍ଗି ଦେଇଛି। ସ୍ଥିତି ଗମ୍ଭୀର ଥିବାରୁ ମୁମ୍ବାଇରେ ସ୍କୁଲ, କଲେଜ, ଅଫିସ ଛୁଟି ଘୋଷଣା କରି ଦିଆଯାଇଛି । ବାହାରକୁ ନଯାଇ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି । ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ୯ଟି ଟ୍ରେନ୍  ଯାତାୟତ ରଦ୍ଦ କରି ଦିଆଯାଇଛି। ମୁମ୍ବାଇକୁ ଚଳାଚଳ କରୁଥିବା ୧୦କୁ  ଅଧିକ ଫ୍ଲାଇଟ  ଦିଲ୍ଲୀରେ ରଦ୍ଦ କରାଯାଇଛି। ଶହ ଶହ ଲୋକ ଷ୍ଟେସନ ଓ ଏୟାରପୋର୍ଟରେ ଅଟକି ରହିଛନ୍ତି। ବର୍ଷାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ପଢନ୍ତୁ: ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ଆଡମିଶନ୍

Related posts

Odisha Para Athlete Jayanti Behera Had Bagged Gold In World Junior Championships

ENO Beuro

ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ENO Beuro

ହସ୍ପିଟାଲରୁ ୩୨ କି.ମି. ଦୂରରେ ରହି ହୃତପିଣ୍ଡ ଅସ୍ତ୍ରୋପଚାର

ENO Beuro

Leave a Comment