News

କାଲି ୧୩ ଜିଲ୍ଲାରେ ପ୍ରବଳ ବର୍ଷା

Download 9

ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ। ଆସନ୍ତାକାଲି ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ସୂଚନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ୧୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପୁଣି ବର୍ଷା ପରିମାଣ ବଢ଼ିପାରେ।”ଏବେ ସୁଦ୍ଧା ୯% ନିଅଣ୍ଟ ବର୍ଷା ହୋଇଛି। ଆଗକୁ ମୌସୁମୀ ବେଶୀ ସକ୍ରିୟ ହେଲେ ଏହା ଭରଣା ହୋଇଯିବ ବୋଲି କହିଛନ୍ତି ପାଣିପାଗ ବିଭାଗ କର୍ତ୍ତୁପକ୍ଷ।
ପଢନ୍ତୁ: ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର, ୧୪ରେ ଛଡ଼ାଯିବ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

Related posts

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

ENO Beuro

‘କନ୍ଦମୂଳ’ ହେଲା କୃଷି ଓଡିଶା ଲୋଗୋ

ENO Beuro

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ENO Beuro

1 comment

Leave a Comment